କ୍ଷୁଦ୍ର ଚଳଚ୍ଚିତ୍ର ‘ସିନ୍ଦୂର- ରଙ୍ଗ ସ୍ବୀକୃତିର’ ଲୋକାର୍ପିତ

୩ ଜଣଙ୍କୁ ‘ନିର୍ମଳାକୃତି ସମ୍ମାନ’

0

ଭୁବନେଶ୍ବର : ଏକ ବାସ୍ତବ କାହାଣୀ ଉପରେ ଆଧାରିତ ସମାଜଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ସିନ୍ଦୂର- ରଙ୍ଗ ସ୍ବୀକୃତିର’ ଆଜି ଜୟଦେବ ଭବନଠାରେ ଲୋକାର୍ପିତ ହୋଇଥିଲା। ଏହି କାହାଣୀର ରଚନା ଇଂ ଦିଲ୍ଲୀପ କୁମାର ପଟ୍ଟନାୟକ କରିଥିବା ବେଳେ ସୌମ୍ୟସ୍ମିତା ପଟ୍ଟନାୟକ ପ୍ରଯୋଜନା କରିଛନ୍ତି। କାହାଣୀର ସଂଗୀତ ନିର୍ଦ୍ଦେଶନା ସୁଶାନ୍ତ ପାଣି ଓ ଚିତ୍ରନାଟ୍ୟ ନିର୍ଦ୍ଦେଶନା ମାନସ ପରିଡ଼ା ଦେଇଛନ୍ତି। ସ୍ବେଚ୍ଛାସେବୀ ଅନୁ‌ଷ୍ଠାନ ‘ନିର୍ମଳାକୃତି ବିକାଶ ଟ୍ରଷ୍ଟ’ ପକ୍ଷରୁ ଆଜି ଅନୁଷ୍ଠାନର ତ୍ରୟୋଦଶ ବାର୍ଷିକୋତ୍ସବ ପାଳନ ଅବସରରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ‘ନିର୍ମଳାକୃତି ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ଭରତିଆ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ କିସନଲାଲ୍‌ ଅଗ୍ରୱାଲ ଯୋଗ ଦେଇଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ କେଭିଏସ୍‌ର ଅଧ୍ୟକ୍ଷା ପ୍ରୀତି ରାଏ, ଡ୍ରିମ୍‌ ଟ୍ରିମ୍‌ ସାହାରାର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ହରିହର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସର‌ରେ ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଡ. କିସନଲାଲ୍‌ ଅଗ୍ରୱାଲ, ନିଶିକାନ୍ତ ମିଶ୍ର ପ୍ରମୁଖଙ୍କୁ ‘ନିର୍ମଳାକୃତିି ସମ୍ମାନ’ରେ ସମ୍ମାନିତ କରାଯାଇଛି। ସେହିପରି ହରିହର ହୋତା, ରେଡ୍‌କ୍ରାବ୍‌ର ନିର୍ଦ୍ଦେଶକ ଲଳିତେନ୍ଦୁ ଦାସ,ଏଲ୍‌ଏମ୍‌ବିସିର ଅଧ୍ୟକ୍ଷା ଶୁଚିସ୍ମିତା ପୃଷ୍ଟି ଓ ସନ୍ତୋଷ ନାୟକଙ୍କୁ ‘ନିର୍ମଳାକୃତି ସେବା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗୋ-ସମ୍ବର୍ଧନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଟ୍ରଷ୍ଟର ସଦସ୍ୟ ଗୁରୁଚରଣ ଦାସ ଉତ୍ସବରେ ସଭାପତିତ୍ବ ପରିଥିଲେ। ଉତ୍ସବର ପ୍ରାରମ୍ଭରେ ଟ୍ରଷ୍ଟି ଜଗନ୍ନାଥ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ପଟ୍ଟନାୟକ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.