‘ଶ୍ରୀ ଜଗନ୍ନାଥ ଭକ୍ତି ଭାବଧାରା’ ପରିଷଦ ପକ୍ଷରୁ ଭଜନ ସନ୍ଧ୍ୟା

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଭାବ ଓ ଭକ୍ତିର କାର୍ଯ୍ୟକ୍ରମ ‘ଶ୍ରୀ ଜଗନ୍ନାଥ ଭକ୍ତି ଭାବଧାରା’ ପରିଷଦ ପକ୍ଷରୁ ‘ଶୀ ଜଗନ୍ନାଥ ଭକ୍ତି ଭାବଧାରା-୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଳା ପରିଷଦର ଉପାଧ୍ୟକ୍ଷ କେ.ଡ଼ି ସାହୁ, ମୁଖ୍ୟ ବକ୍ତା ଭାବେ ଅନନ୍ତ କୁମାର ଜେନା ଏବଂ ସମ୍ମାନିତ ଅତିଥି ଭାବେ ପାଥୋଲୋଜି ବିଭାଗୀୟ ମୁଖ୍ୟ ଡା. ସୁଶେନ୍‌ କୁମାର ପଣ୍ଡା, ଶ୍ରୀ ଟିଭି ଅଧ୍ୟକ୍ଷ ସୁବ୍ରତ୍‌ କୁମାର ଜେନା, ଜଗତ୍‌ସିଂହପୁର ବିଜୁ ଜନତା ଦଳର ସଭାପତି ପ୍ରତ୍ୟୁଷ ପରିଡ଼ା ଓ ସଂଗୀତ ନିର୍ଦ୍ଦେଶକ ସାଇ ସନ୍ତୋଷ କୁମାର ଯୋଗ ଦେଇଥିଲେ। ଏହି ଅବସରରେ ଗୁରୁ ରାମହରି ଦାସ, ମାନସୀ ପାତ୍ର, ସଞ୍ଜୟ ଦାଶ, ପ୍ରଫୁଲ୍ଳ ଚନ୍ଦ୍ର ବେହେରା, ସରିତା ଆଚାର୍ଯ୍ୟ, ମଞ୍ଜୁଶ୍ରୀ ମିଶ୍ର, ସଞ୍ଜିତା ମିଶ୍ର, କୃଷ୍ଣପ୍ରିୟା କର, ଯୁଧିଷ୍ଠିର ଖୁଣ୍ଟିଆ, ହିମାଦ୍ରି ତନୟା ମିଶ୍ର, ବିୟତ୍‌ ପ୍ରଜ୍ଞା ଆଚାର୍ଯ୍ୟ ଓ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଗାୟକ ଓ ଗାୟିକା ଭଜନ ଓ ଜଣାଣ ପରିବେଷଣ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ସଞ୍ଜୟ କୁମାର ରାଉତ, ଆଶିଷ ରଥ, ସତ୍ୟକାମ ଓ ଏମ୍‌ ସିମାଦ୍ରୀ। ଏହି ଅବସରରେ ଜୟ ମା ସାରଳା ଭଜନ ସିଡ଼ି ମୁକ୍ତିଲାଭ କରିଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ ସଞ୍ଜୟ ଦାଶ କାର୍ଯ୍ୟକ୍ରମକ୍‌ୁ ପରିଚାଳନା କରିଥିବା ବେଳେ ଓୟୁଏଟି ବୈଜ୍ଞାନିକ ଡ. ଦେବ ପ୍ରସାଦ ମଲ୍ଲିକ୍‌ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର