ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିର୍ଘ୍ୟ ଢାଳିଲେ କଣ୍ଠଶିଳ୍ପୀ

‘ହେ ଚକାନୟନ........’

ଭୁବନେଶ୍ୱର, : ‘ସବୁ ବନ୍ଧନ ମୋ ଖୋଲି ଦେଇ…, ସୁଭଦ୍ରା ଦେହରୁ ହଳଦୀ ଆଣିକେ…, ଜାଣେ ମୁଁ ଜଗା ତୋ ନନ୍ଦିଘୋଷ…, ମନକୁ କରିଛି ଗୋପପୁର ଓ ଆତ୍ମାକୁ କରିଛି ନନ୍ଦଘର….’ ଭଳି ଜଗନ୍ନାଥ ଭଜନରେ ଆଜି ଶୀତୁଆ ସଂଧ୍ୟା ଓ ମେଘାଚ୍ଛନ୍ନ ଆକାଶ ବି ଭକ୍ତିରେ ଲୀନ ହୋଇଯାଇଥିଲା। ଅବସର ଥିଲା ‘ଶାନ୍ତଲତା ବାରିକ ଛୋଟରାୟ କଲ୍‌ଚରାଲ୍‌ ଟ୍ରଷ୍ଟ’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ‘ହେ ଚକାନୟନ’ର। ପ୍ରଥମେ ଭଜନ ସାମ୍ରାଜ୍ଞୀ ଶାନ୍ତଲତା ବାରିକ ଛୋଟରାୟଙ୍କ ମନୋଜ୍ଞ ସଂଗୀତ ପରିବେଷଣ ପରେ ବିଜୟ କୁମାର ଜେନା, ରବୀନ୍ଦ୍ର ମହାପାତ୍ର, ମନ୍ମଥ ମିଶ୍ର, ସଂଗୀତା ଗୋସାଇଁ ଓ ଲତା ଘୋଷ ପ୍ରମୁଖ ନିଜ କଣ୍ଠର ଯାଦୁରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିର୍ଘ୍ୟ ଢାଳିଥିଲେ। ଟ୍ରଷ୍ଟର ଉପଦେଷ୍ଟା ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆରମ୍ଭ ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାଶବର୍ମା ଓ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିିଶୋର ଦାଶ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର