ଭୁବନେଶ୍ୱର : ‘ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ’ ପକ୍ଷରୁ ୧୨୧ତମ ଶ୍ରୀଜଗନ୍ନାଥ କଥାମୃତ ଶୈଳଶ୍ରୀ ବିହାରସ୍ଥିତ ମା’ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଗୋପୀନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଟକ ‘ଚିନ୍ମୟ ମିସନ’ର ଆଚାଯ୍ୟର୍ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ପ୍ରବଚନ ଦେଇଥିଲେ। ଏହି ଅବସରରେ ସେ ଭଗବାନଙ୍କ ଅସ୍ତିତ୍ୱ ବିଷୟ ବୁଝାଇଥିଲେ। ପରିଷଦର ସମ୍ପାଦକ ଦେବେନ୍ଦ୍ର କୁମାର ଦାସ ସଭାକାଯ୍ୟର୍ ପରିଚାଳନା କରିଥିବା ବେଳେ ଉପସଭାପତି ଶ୍ରୀମନ୍ତ କୁମାର ମହାପାତ୍ର ଓ ଯୁଗ୍ମ ସମ୍ପାଦକ ନନ୍ଦ କିଶୋର ଜେନା ଏଥିରେ ସହଯୋଗ କରିଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ଦାମୋଦର ସେନାପତି, ଦିଲ୍ଲୀପ କୁମାର ମହାନ୍ତି, ସୌଦାମିନୀ ପଣ୍ଡା ଓ ସର୍ବେଶ୍ୱର ବୈଠାରୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଶାନ୍ତ କୁମାର ବେହେରା ଓ ତବଲାରେ ସହଯୋଗ କରିଥିଲେ ବିପିନ ବିହାରୀ ସ୍ୱାଇଁ ।