ଶ୍ରୀ ସାଇ ସତ୍‌ଚରିତ ପାରାୟଣ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ଶ୍ରୀ ସାଇ ସତ୍‌ଚରିତ ପାରାୟଣ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଶିରିଡ଼ି ସାଇବାବାଙ୍କ ମହା ସମାଧିର ଶତବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରେସ୍‌ କଲୋନି ୟୁପି ସ୍କୁଲ୍‌ରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ୍ରି ହସ୍ପିଟାଲ୍‌ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ପ୍ରାୟ ୪୦୦ରୁ ଅଧିକ ବସ୍ତି ବାସିନ୍ଦା ସ୍ୱାସ୍ଥ୍ୟପରୀକ୍ଷା କରାଇଥିଲେ। ଶିବିରକୁ ସ୍ୱସ୍ଥ୍ୟମନ୍ତ୍ରୀ ପ୍ରତାପ ଦେବ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ଏଥିରେ ଉପସ୍ଥିତ ରହିବା ସହିତ ବସ୍ତି ବାସିନ୍ଦାଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର୍‌ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ବିଜେଡିର କାର୍ଯ୍ୟକାରୀ ସଭାପତି ବାବୁ ସିଂ, କର୍ପେରେଟର୍‌ ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାତ ତରଫରୁ ବିଶ୍ୱନାଥ ମହାନ୍ତି, ରାହୁଲ ମହାନ୍ତି ଓ ତପନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର