୨୭ରେ ସିକନ୍ଦର ଆଲମ ଜୟନ୍ତୀ

ଭୁବନେଶ୍ୱର : ସିକନ୍ଦର ଆଲମ୍‌ ଫାଉଣ୍ଡେସନ୍‌ ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱର୍ଗତ ମହମ୍ମଦ୍‌ ସିକନ୍ଦର ଆଲମଙ୍କର ୭୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୨୭ରେ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏଥିରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ସିକନ୍ଦର ଆଲମ ସ୍ମାରକୀ ସମ୍ମାନ’ ଓ ଡି.ଶ୍ରୀନିବାସଙ୍କୁ ‘ସିକନ୍ଦର ଆଲମ ବିଦ୍ୟାରତ୍ନ ସମ୍ମାନ’ରେ ସମ୍ମାନିତ କରାଯିବ। ସେହି ରାଜ୍ୟସ୍ତରୀୟ ସିକନ୍ଦର ଆଲମ୍‌ ସଂଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଫାଉଣ୍ଡେସନ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର