ଲିଟିଲ୍‌ ଷ୍ଟାର ଗ୍ରୁପ୍‌ର ଶିକ୍ଷାବିକାଶ ଯାତ୍ରା

ଭୁବନେଶ୍ୱର : ନିମାପଡ଼ା ଶିଶୁ ବିକାଶ ଅନୁଷ୍ଠାନ ପକ୍ଷରୁ ୧୩ତମ ଶିକ୍ଷାବିକାଶ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍‌ର ସମ୍ପାଦକ ସୁମନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ଚାଳିଶ ଜଣିଆ ଶିଶୁ ପ୍ରତିନିଧି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିଦର୍ଶନ କରିବା ସହ ବିମାନ ଯାତାୟତ ସମ୍ପର୍କରେ କର୍ମକର୍ତ୍ତାଙ୍କଠାରୁ ଜ୍ଞାନ ଆହରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମହିଳା କମିସନ ସଦସ୍ୟା ନମ୍ରତା ଚଢ଼ା, କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି, କନକ ନ୍ୟୁଜ୍‌ର ସଂପାଦକ ମନୋରଞ୍ଜନ ମିଶ୍ର, ସାମାଜିକ କର୍ମୀ ସୁଧୀର କୁମାର ବେହେରା ପ୍ରମୁଖ ଯୋଗଦେଇ ପିଲାମାନଙ୍କ ସହ ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତିକୁ ବାଣ୍ଟିଥିଲେ। ପରେ ପିଲାମାନେ ରାଜ୍ୟ ସଂଗ୍ରହାଳୟ ଓ ଇଟିଭି ଷ୍ଟୁଡିଓ ଆଦି ବୁଲି ଦେଖିଥିଲେ। ଗ୍ରୁପ୍‌ ପକ୍ଷରୁ ସୌଭାଗିନୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ରାଉତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର