ଶିରିଡ଼ି ସାଇ ମନ୍ଦିରର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର: ବରମୁଣ୍ଡା ଜଗନ୍ନାଥ ବିହାର ଶିରିଡ଼ି ସାଇ ମନ୍ଦିରରେ ଆଜି ସାଇବାବାଙ୍କର ୬ଷ୍ଠ ବାର୍ଷିକ ପ୍ରତିଷ୍ଠା ଉତ୍ସବକୁ ତିନି ଦିନ ବ୍ୟାପୀ ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରି ୧ ଓ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଅଙ୍କୁରାରୋପଣ ହୋଇଥିବାବେଳେ ୧ତାରିଖରେ କଳସ ଯାତ୍ରା, ଗୁରୁପୂଜା, ସୂର୍ଯ୍ୟପୂଜା, ଅଭିଷେକ ଓ ଯଜ୍ଞ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ୨ ତାରିଖରେ ଚଭାଡ଼ି ଯାତ୍ରା ଓ ଭଜନ ସଂଧ୍ୟା ଅନୁଷ୍ଠିତ ହେବ। ଏଣୁ ଏହି କାର୍ଯ୍ୟକ୍ରମରେ ସାଇ ଭକ୍ତମାନଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର