ଜନ୍ମପୀଠରେ ଶିଶୁଅନନ୍ତ ଜୟନ୍ତୀ

ବାଲିପାଟଣା : ମହାପୁରୁଷ ଶିଶୁ ଅନନ୍ତଙ୍କ ଜୟନ୍ତୀ ଉତ୍ସବ ଜନ୍ମପୀଠ ‘ଶିଶୁମଠ’ଠାରେ ପାଳିତ ହୋଇଯାଇଛି। ପ୍ରଭାତରୁ ସଂକୀର୍ତ୍ତନ ପଦଯାତ୍ରା ସହ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ସ୍ଥାନରୁ ବହୁ ସାଧୁ,ସନ୍ଥ ଓ ଭକ୍ତମାନେ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ସଂଗୀତକାର ରବି କୁମାର, ସାଥୀ ଅଭୟ ବାରିକ, ପ୍ରତିଭା ଦାଶ, ପୁଷ୍ପା ସାମଲ ପ୍ରମୁଖ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ଜୟନ୍ତୀ ସମାରୋହରେ ଜଣାଶୁଣା ଶିଶୁସାହିତ୍ୟିକ ନଦିଆବିହାରୀ ମହାନ୍ତି, ଶିକ୍ଷାବିତ୍‌ ମହେଶ୍ୱର ମହାନ୍ତି, ଗବେଷକ ତଥା ଜୟଦେବ ଟ୍ରଷ୍ଟର ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ବାଲିପାଟଣା ପ୍ରେସ୍‌ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା, ବାଲିଅନ୍ତା ବ୍ଲକର ପୂର୍ବତନ ଅଧକ୍ଷା କବିତା ମଞ୍ଜରୀ ପରିଡ଼ା ପ୍ରମୁଖ ମହାପୁରୁଷଙ୍କ ଦିବ୍ୟଲୀଳା ଓ ସମାଜକୁ ପ୍ରଦତ୍ତ ଦିଗ୍‌ଦର୍ଶନ ସଂପର୍କରେ ଆଲୋକପାତ କରିଥିଲେ। ଶିଶୁଅନନ୍ତ ଟ୍ରଷ୍ଟର ସଂପାଦିକା ତନୟା ଦାସ ଗୋସ୍ୱାମୀ ଉତ୍ସବଟିକୁ ପରିଚାଳନା କରିଥିଲେ। ବାବା ପର୍ଶୁରାମ, ନରେନ୍ଦ୍ର ଭୋଳ, କୈଳାସ ରଥଙ୍କ ସମେତ ବହୁ ଭକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର