ସୀତାକାନ୍ତ ମହାପାତ୍ର ପାଇବେ ଶିବାନନ୍ଦ ବିଶିଷ୍ଟ ନାଗରିକ ସମ୍ମାନ

ଭୁବନେଶ୍ବର : ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ ଶିବାନନ୍ଦ ବିଶିଷ୍ଟ ନାଗରିକ ସମ୍ମାନ। ହାଇଦ୍ରାବାଦର ପ୍ରମୁଖ ସାରସ୍ବତ ସଂସ୍ଥା ‘ସନାତନ ଧର୍ମ ଟ୍ରଷ୍ଟ୍‌’ ପକ୍ଷରୁ ଆସନ୍ତା ୨୦ ତାରିଖରେ ସେ ଏହି ସମ୍ମାନ ଗ୍ରହଣ କରିବେ। ବିଗତ ବର୍ଷମାନଙ୍କରେ ଭାରତରତ୍ନ ସିଏନ୍‌ଆର୍‌ ରାଓ, ବୈଜ୍ଞାନିକ ଜେ ଭି ନାର୍ଲିକର, ଅର୍ଥନୀତିଜ୍ଞ ଭି ରଙ୍ଗରାଜନଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଅତୀତରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଟ୍ରଷ୍ଟ ପ୍ରତିବର୍ଷ ସମାଜତତ୍ତ୍ବବିଦ୍‌, ବୈଜ୍ଞାନିକ, ସାହିତ୍ୟିକ ଓ ଅର୍ଥନୀତିଜ୍ଞମାନଙ୍କୁ ସମ୍ମାନିତ କରେ।

ସମ୍ବନ୍ଧିତ ଖବର