ଡକାୟତି ଯୋଜନା ପଣ୍ଡ : ୬ ଗିରଫ, ବାଇକ୍‌ ସହ ମାରଣାସ୍ତ୍ର ଜବତ

ଚନ୍ଦ୍ରଶେଖରପୁର : ଜଣେ ଶିଳ୍ପପତିଙ୍କ ଘରୁ ଡକାୟତି କରିବା ପାଇଁ ପଟିଆ ଷ୍ଟେସନ୍‌ ନିକଟରେ ଯୋଜନା ଚଳାଇଥିବା ଏକ ଗ୍ୟାଙ୍ଗ୍‌ର ୬ଜଣ ସଦସ୍ୟଙ୍କୁ ଇନ୍‌ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ବସ୍ତିର ଯୁବକ ସୁକାନ୍ତ ରାଉତ, ସୁକୁମାର ବେହେରା, ରମେଶ ନାୟକ, ପ୍ରଶାନ୍ତ ଦାସ, ସୁବାସ ସାହୁ ଓ କୌଶିକ ଝା। ସେମାନଙ୍କଠାରୁ ପୁଲିସ୍ କଟୁରି, ଶାବଳ, ଲୁହା ପାଇପ୍, ଛୁରି ଓ ଗୋଟିଏ ବାଇକ୍ ଜବତ କରିଛି।

ସୂଚନା ଅନୁଯାୟୀ, ସେହି ଅଞ୍ଚଳରେ ରହୁଥିବା ଜଣେ ଶିଳ୍ପପତିଙ୍କ ଘରେ ଡକାୟତି କରିବା ପାଇଁ ଅଭିଯୁକ୍ତମାନେ ରାତି ପ୍ରାୟ ସାଢ଼େ ୨ଟାରେ ପଟିଆ ଷ୍ଟେସନ୍ ନିକଟରେ ଯୋଜନା ଚଳାଇଥିଲେ। ଏ ସଂପର୍କରେ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରୁ ସେମାନଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ‌କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧିତ ଖବର