ବସ୍ତି ଉଚ୍ଛେଦ ବନ୍ଦ ଦାବିରେ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ

ପୁରୁଣା ଭୁବନେଣ୍ଵର : ଖଣ୍ଡଗିରି ଥାନା ଅଧୀନ ଫାର୍ମ ଗେଟ୍‌ ବସ୍ତି ଉଚ୍ଛେଦ ବନ୍ଦ କରିବା ସହ ବାସଗୃହ ଯୋଗାଣ ଦାବି କରାଯାଇଛି। ଆଜି ଏନେଇ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ତ୍ରିନାଥ ବସ୍ତି ମଜଦୁର ଆସୋସିଏସନ୍‌ର କର୍ମକର୍ତା ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ। ବସ୍ତିରେ ୫୮୦ପରିବାର ଦୀର୍ଘ ୫୦ବର୍ଷ ହେଲା ରହି ଆସୁଛନ୍ତି। ତେବେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ବାସଗୃହ ପ୍ରଦାନ କରିବା ସହ ଉଚ୍ଛେଦ ପକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ବଲି ସେମାନେ ଦାବି କରିଥିଲେ। ଏନେଇ ଆଜି ବସ୍ତିରେ ରହୁଥିବା ଶତାଧିକ ଲୋକ ବିଏମ୍‌ସି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହି ଅବସରରେ ବିଏମ୍‌ସି କମିସନର୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ବିଜେପି ବସ୍ତି ଉନ୍ନୟନ ପ୍ରକୋଷ୍ଠର ଆବାହକ ଅଞ୍ଜନ ନାଥ, ସମାଜସେବୀ ରମାରଞ୍ଜନ ମହାନ୍ତି, ଭକ୍ତ ଶେଖର ରାୟ, ସନାତନ ପାହାଡ଼ସିଂହ, ମନୋଜ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର