ଭୁବନେଶ୍ବର: ଯନ୍ତ୍ରଣାରେ ବିତୁଛି କୁନି ଝିଅ ମୋନାଲିସାର ଦିନ। ମାତ୍ର ୯ ବର୍ଷ ବୟସରେ ବ୍ରେନ୍ ଟ୍ୟୁମର୍ର ଶିକାର ହେବା ପରେ ଯେମିତି ପରିବାର ଭିତରେ କଳାର ବାଦଲ ଛାଇ ଯାଇଛି। ବଡ଼ଗଡ଼ କେନାଲ୍ ରୋଡ୍ ୪୬୫ରେ ରହୁଥିବା ମୋନାଲିସା ପଣ୍ଡା ତୃତୀୟ ଶ୍ରେଣୀରେ ପଢ଼ନ୍ତି। କିଛି ଦିନ ତଳେ ମୋନାଲିସାଙ୍କ ବାନ୍ତି ହେବାରୁ ବାପା ଚିତ୍ତରଂଜନ ପଣ୍ଡା ତାଙ୍କୁ ଏମ୍ସ ହସ୍ପିଟାଲ୍ ନେଇଯାଇ ପରୀକ୍ଷା କରାଇଲେ। ମୁଣ୍ଡରେ ପାଣି ଜମିଛି ବୋଲି ଡାକ୍ତର ଜଣାଇବାରୁ ଅପରେସନ୍ କରି ପାଣି କଢ଼ା ଗଲା। ଅଥଚ ପୁଣି ୩ ଦିନ ପରେ ସିଟି ସ୍କାନ୍ କରିବାରୁ ବ୍ରେନ୍ ଟ୍ୟୁମର୍ ହୋଇଥିବା ଜାଣିବାକୁ ପାଇଲେ। ଅପରେସନ୍ କଲେ। କିନ୍ତୁ ପରେ ଆଉ କିଛି ମାତ୍ରାରେ ଟ୍ୟୁମର ରହିଯାଇଛି ବୋଲି ଜଣାପଡ଼ିଲା। ତେଣୁ ଝିଅକୁ ବାହାରେ ଚିକିତ୍ସା କରିବା ପାଇଁ ଆଉ ପାଖରେ ଅର୍ଥ ନଥିବାରୁ ଆର୍ଥିକ ସହଯୋଗ ଲୋଡ଼ିଛନ୍ତି ମୋନାଲିସାଙ୍କ ବାପା ଚିତ୍ତରଂଜନନ। ବଦାନ୍ୟ ବ୍ୟକ୍ତି ତାଙ୍କ ଆଇସିଆଇସିଆଇ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ୧୫୦୦୦୧୫୦୪୮୮୭, ଆଇଏଫ୍ଏସ୍ କୋଡ୍-ICIC0001500 ରେ ସହାୟତା ରାଶି ପଠାଇବାକୁ ନିବେଦନ କରିଛନ୍ତି। ଅଧିକ ଜାଣିବା ପାଇଁ ବଦାନ୍ୟ ବ୍ୟକ୍ତି ମୋନାଲିସାଙ୍କ ବାପାଙ୍କୁ ମୋବାଇଲ୍ ନଂ ୮୮୯୫୪୯୨୮୩୭ରେ ଯୋଗାଯୋଗ କରିପାରିବେ।