ହାଡ଼ଭଙ୍ଗାରୁ ସୁସ୍ଥ ହେଲା ଲାଉଡଙ୍କିଆ

ଭୁବନେଶ୍ୱର : ଗୋପରୁ ଉଦ୍ଧାର ହୋଇଥିବା ଏକ ଆହତ ଲାଉଡଙ୍କିଆ ସାପକୁ ୨୨ଦିନର ଚିକିତ୍ସା ପରେ ପ୍ରାକୃତିକ ଆବାସ ସ୍ଥଳୀରେ ଛଡ଼ା ଯାଇଛି। ଗତ ୫ ତାରିଖରେ ଏହି ୪ ଫୁଟ ଲମ୍ବାର ଲାଉଡଙ୍କିଆକୁ ରାସ୍ତାରେ ଆହତ ଅବସ୍ଥାରେ ପଡ଼ିଥିବା ଦେଖି ଡ.ଆଲୋକ ପଟ୍ଟନାୟକ ତାକୁ ଡବାରେ ପୂରାଇ ଓୟୁଏଟିର ଭେଟେରିନାରିକୁ ନେଇ ଆସିଥିଲେ। ସେବେଠାରୁ ତା’ର ହାଡ଼ ଭାଙ୍ଗି ଯାଇଥିବା ସ୍ଥାନରେ ପ୍ଲାଷ୍ଟର କରାଯାଇଥିଲା। ଡ. ବିଶ୍ୱଦୀପ ଜେନା ସାପର ପ୍ଲାଷ୍ଟର କରିଥିଲେ। ୨୨ଦିନ ପର୍ଯ୍ୟବେକ୍ଷଣରେ ରହିବା ପରେ ତାକୁ ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ନେଇ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ିଛନ୍ତି।

ସମ୍ବନ୍ଧିତ ଖବର