ଦିବ୍ୟାଙ୍ଗଙ୍କୁ ସଚେତନ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଇଏଫ୍‌ଆଇଏମ୍‌ ବାଙ୍ଗାଲୋରର ଏମ୍‌ବିଏ ଛାତ୍ରଛାତ୍ରୀମାନେ ସେମାନଙ୍କର ‘ସୋସିଆଲ୍‌ ଇମରସନ୍‌ ପ୍ରୋଗ୍ରାମ୍‌’ ଜରିଆରେ ‘ଓପେନ୍‌ ଲର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ମାନସିକ ଅନଗ୍ରସର ତଥା ଭିନ୍ନକ୍ଷମ ପିଲାମାନଙ୍କୁ ବିଭିନ୍ନ ବିଷୟରେ ସଚେତନତାର ପ୍ରସାର କରିଛନ୍ତି। ଏହି ଚଉଦ ଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇ ସେମାନେ ବିଜ୍ଞାପନ, ଖେଳନା, ଫଟୋ ଓ କଥାବାର୍ତା ଛଳରେ ସ୍ୱାସ୍ଥ୍ୟ ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ତଥା ସେମାନଙ୍କ ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିଥିଲେ। ସେହି ପିଲାମାନଙ୍କ ମାନସିକ ତଥା ଶାରୀରିକ ବିକାଶ ପାଇଁ ବିଭିନ୍ନ ସରଳ ଯୋଗାସନର ଶିକ୍ଷା ମଧ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ‘ଓପେନ୍‌ ଲର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌’ ସରକାରୀ ମାନ୍ୟତାପ୍ରାପ୍ତ ଏକ ‘ଚିଲ୍‌ଡ୍ରେନ୍‌ସ ହୋମ୍‌’, ଯେଉଁଠାରେ ମାନସିକ ଭିନ୍ନକ୍ଷମ ପିଲାମାନେ ରହିବା ସହିତ ବିଶେଷ ଶିକ୍ଷାଲାଭର ସୁଯୋଗ ପାଇଥାଆନ୍ତି।

ସମ୍ବନ୍ଧିତ ଖବର