‘ସମାଜସେବା ଓ ଶିକ୍ଷା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ବର: କଳିଙ୍ଗ ଏଜୁକେସନାଲ ଏଣ୍ଡ ସୋସିଆଲ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସମାଜସେବା ଓ ଶିକ୍ଷା ଶୀର୍ଷକ ଆଲୋଚନାଚକ୍ର ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜିର ସମୟରେ ସମାଜସେବା ନାଁରେ ପ୍ରହସନ ଚାଲିଛି। କେବଳ ନିଜର ମୁହଁ ଦେଖାଇବା ଲାଗି କିଛି ବ୍ୟକ୍ତି ସମାଜସେବାକୁ ଆଦରି ନେଇଛନ୍ତି। ମାତ୍ର ଗରିବ ଲୋକର ଦୁଃଖସୁଖରେ ଛିଡ଼ା ହେବା ହିଁ ପ୍ରକୃତ ସାମଜସେବା ବୋଲି ଅତିଥିମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସମ୍ମାନିତ ଅତିଥି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ସମାଜସେବୀ ସୁବାସ ପାତ୍ର, ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆବାହକ କାଳୀଚରଣ ସିଂ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମନୋରଂଜନ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଧିତ କରାଯାଇଥିଲା। ପ୍ରାରମ୍ଭରେ ପୁଲୱାମାରେ ଆତଙ୍କାବଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ‌କରାଯାଇଥିଲା।

ସମ୍ବନ୍ଧିତ ଖବର