ଶ୍ରୀଜଗନ୍ନାଥ ହେଉଛନ୍ତି ନିରାକାର ବ୍ରହ୍ମ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୫୬ତମ କଥାମୃତ କଳିଙ୍ଗ ବିହାରସ୍ଥିତ ମହାକାଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଗୋପୀନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଦାଶରଥି ସାମନ୍ତରାୟ ଭକ୍ତି ନୈବେଦ୍ୟ ବାଢ଼ି କହିଲେ, ଶ୍ରୀଜଗନ୍ନାଥ ହେଉଛନ୍ତି ନିରାକାର ବ୍ରହ୍ମ। ସେ ସର୍ବଦା ତାଙ୍କ ସୃଷ୍ଟି ଉପରେ ନଜର ରଖିଥାନ୍ତି। ମାନବୀୟ ‌ଲୀଳା ପ୍ରଦର୍ଶନ କରି ସେ ମାନବଜାତିର ନିକଟତର ହୋଇ ପାରିଛନ୍ତି। ବେଦବିତ୍‌ ଅଶୋକ କୁମାର ପଣ୍ଡା ବେଦପାଠ କରିଥିଲେ। ଦେବେନ୍ଦ୍ର କୁମାର ସ୍ବାଗତ ଭାଷଣ ଦେଇଥିଲେ। ପ୍ରଶାନ୍ତ ବେହେରାଙ୍କ ସଂଯୋଜନାରେ ପ୍ରାରମ୍ଭରେ ମଂଜୁଶ୍ରୀ ମହାନ୍ତି, ତେଜସ୍ବିନୀ ରଥ, ନାରାୟଣ ରଥ, ମଧୁମିତା ବିଶ୍ବାଳ ଭଜନ ପରିବେଷଣ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୌରାଙ୍ଗ ଚରଣ ନାୟକ, ନିତ୍ୟାନନ୍ଦ ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହ‌ଯୋଗ କରିଥିଲେ।

ସମ୍ବନ୍ଧିତ ଖବର