ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା ସର୍ଜନା‌ ମହୋତ୍ସବ: ସତ୍‌ ମାର୍ଗରେ ହିଁ ଶାନ୍ତି ମିଳି ପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମଞ୍ଚେଶ୍ବର ରେଲୱେ ସ୍ପୋର୍ଟସ କମ୍ପ୍ଲେକ୍ସରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ନିଖିଳ ଓଡ଼ିଶା ସୁଧା ସର୍ଜନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଲେ, ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ହେଲା ଶାନ୍ତି। ଶାନ୍ତି ପାଇଁ ଆମେ ସବୁବେଳେ ଉଦ୍ୟମରତ। କେବଳ ସତ୍‌ ମାର୍ଗ, ସେବା ଓ ସତ୍‌ସଙ୍ଗ‌ରେ ହିଁ ଶାନ୍ତି ମିଳିଥାଏ। ସମସ୍ତଙ୍କୁ ଭଲ ପାଇବା, ଅନ୍ୟକୁ ସମ୍ମାନ ଦେବା ଉପରେ ଆମେ ସବୁବେଳେ ଗୁରୁତ୍ବ ଦେବା ଆବଶ୍ୟକ। ଏହା‌ ହେଉଛି ସବୁ ଧର୍ମ, ସବୁ ବିଶ୍ବାସର ଆଧାର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶାରେ ଶ୍ରୀ ଶ୍ରୀ ଠାକୁରଙ୍କ ଭକ୍ତମାନଙ୍କର ବହୁତ ବଡ଼ ସଂଗଠନ ରହିଛି। ଆପଣମାନେ ବହୁତ ଭଲ କାମ କରୁଛନ୍ତି। ଏଭଳି ଭଲ କାମ ଜାରି ରହୁ। ସମାଜ ଆମକୁ ବହୁତ ଦେଇଛି। ସମାଜକୁ ଆମେ କିଛି ଦେଇ ପାରିଲେ ତାହା ହେବ ଭଗବାନଙ୍କ ଶ୍ରେ‌ଷ୍ଠ ପୂଜା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ଠାକୁରଙ୍କ ଫଟୋ‌ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ପରିଚାଳକ ଭାବେ ଡ. ବିନାୟକ ମହାପାତ୍ର ଓ ତାପସ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର