ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ୟୁନିଟ୍‌-୩ ପ୍ରେସ୍‌ କଲୋନି ରାଧାକାନ୍ତ ଜୀଉ ମନ୍ଦିର କମିଟିର ମିଳିତ ସହଯୋଗରେ ୧୧୨ତମ ଶ୍ରୀଜଗନ୍ନାଥ କଥାମୃତ ସହ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୁରୀ ରାଧାବଲ୍ଲଭ ମଠର ମହନ୍ତ ରାମଶରଣ ଦାସ ଉତ୍ସବରେ ଯୋଗଦେଇ ମହାପ୍ରଭୁଙ୍କ ଆବିର୍ଭାବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ସ୍କନ୍ଦପୁରାଣ ଆଧାରିତ ଶ୍ରୀଜଗନ୍ନାଥ କଥାମୃତ ପରିବେଷଣ କରିଥିଲେ। ଶିଳ୍ପୀ ଦାମୋଦର ସେନାପତି, ଦିଲ୍ଲୀପ କୁମାର ମହାନ୍ତି, ଶୁଭଶ୍ରୀ ସିଂହ, ତେଜସ୍ୱିନୀ ରଥ, ବିମ୍ବାଧର ପଣ୍ଡା, ପ୍ରତିମାରାଣୀ ପଣ୍ଡା, ପ୍ରଶାନ୍ତ ବେହେରା ଓ ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଭଜନ ପରିବେଷଣ କରିଥିଲେ। ପରିଷଦର ସଭାପତି ଗୋପୀନାଥ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସମ୍ପାଦକ ଦେବେନ୍ଦ୍ର କୁମାର ଦାସ, ଉପସଭାପତି ଶ୍ରୀମନ୍ତ କୁମାର ମହାପାତ୍ର, ମିହିର କୁମାର ଜେନା ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର