ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କାଠ ଅନୁକୂଳ

ଭୁବନେଶ୍ୱର : ପରମ୍ପରା ଅନୁଯାୟୀ ଆଜି ଶ୍ରୀପଞ୍ଚମୀ ତିଥିରେ କାଠ ଅନୁକୂଳ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମହାପ୍ରଭୁ ବାସୁଦେବ, ମା’ ଦୁର୍ଗା ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥିଲେ। ସେଠାରେ ସେବାୟତମାନଙ୍କ ଗହଣରେ କାଠ ଅନୁକୂଳ କରାଯାଇଥିଲା। ସେଠାରେ ପୂଜାର୍ଚନା ଓ ଭେଟ ଆଳତି ହୋଇଥିଲା। ପରେ ପାଲିଙ୍କି ବିମାନରେ ଦେବଦେବୀ ଆମ୍ବଗଛ ନିକଟକୁ ଯାତ୍ରା କରିଥିଲେ। ସେଠାରେ ଥିବା ସିଂହାସନରେ ବିଜେ କରିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା। ମହାରଣା ସେବାୟତ ସୁନା କୁରାଢ଼ିରେ ଆମ୍ବଗଛକୁ ଚୋଟ ମାରିଥିଲେ। ଏହି ନୀତି ଦେଖିବା ଲାଗି ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଶ୍ରୀପଞ୍ଚମୀ ପଡ଼ିଆରେ ପୂଜାର୍ଚନା ଚାଲିଥିବାବେଳେ ଠାକୁରଙ୍କ ବିମାନକୁ ଏକ ଅଜଣା କାର୍‌ ଧକ୍କା ଦେଇ ପଳାଇଥିଲା। ଫଳରେ ବିମାନଟି ପ୍ରାୟ ୧୦ ହାତ ଘୁଞ୍ଚି ଯାଇଥିଲା। ଏ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର