ଆରମ୍ଭ ହେଲା ଅଭିଯାନ ‘ଅପରାଜିତା’

ଭୁବନେଶ୍ବର: ଭୁବନେଶ୍ବର ଚାଇଲ୍ଡ ଲାଇନ୍‌ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ସ୍ବଚ୍ଛ ଭାରତ ଅଭିଯାନ ‘ଅପରାଜିତା-ଆମ ଶିଶୁତ୍ବ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କି?’ ରୁଚିକା ବିଦ୍ୟାଳୟ ପରିସରରେ ଆଜି ଉଦ୍‌ଘାଟିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ସୁଲୋଚନା ଦାସ, ଭୁବନେଶ୍ବର ଭିଜିଲାନ୍‌ସ୍‌ ଏସ୍‌.ପି ସାର୍ଥକ ଷଡ଼ଙ୍ଗୀ, ଚାଇଲ୍ଡ ଲାଇନ୍‌ ଇଣ୍ଡିଆ ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂଯୋଜକ ଅର୍କ ଲାହା, ଖୋର୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପର୍ଶୁରାମ ମହାରଣା, ରୁଚିକା ବିଦ୍ୟାଳୟର ନିର୍ଦ୍ଦେଶିକା ଗୁର୍‌ପ୍ରିତ୍‌ ସିଂହ ଖୁରାନା, ୟୁଇଏଡ୍‌ର ସ୍ବେଚ୍ଛାସେବୀ ଆଣ୍ଡରିଆ କାର୍‌ଡୋନା ଓ ଟାଟ୍ୟାନା ଇଭାଡୋନା, ଷ୍ଟେସନ୍‌ ଡାଇରେକ୍ଟର ଚିତ୍ତରଞ୍ଜନ ଦାସ ଓ ଷ୍ଟେସନ କମର୍ସିଆଲ୍‌ ମ୍ୟାନେଜର କ୍ରିଷ୍ଣା ଦାସ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ରୁଚିକା ସଂଗଠନର ସଂପାଦକ ପ୍ରଫେସର ନାରାୟଣ ରାଓ ସ୍ବାଗତ ଭାଷଣ ଦେଇଥିଲେ ଓ ରାମେଶ୍ବରୀ ପ୍ରସାଦ ଦ୍ବିବେଦୀ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ବସ୍ତି ଅଞ୍ଚଳରୁ ୫୦୦ରୁ ଊର୍ଧ୍ବ ଶିଶୁ ଓ ୧୦୦ ଜଣ ଭିନ୍ନକ୍ଷମ ଶିଶୁ ଯୋଗ ଦେଇଥିଲେ। ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବିଜ୍ଞାନ କୁହୁକ, ଆସ ଖେଳିବା, ଆଖଡ଼ା ଶାଳ, କାଗଜ ଭଙ୍ଗାର ମଜା, ଶିଶୁ ସୁରକ୍ଷା କର୍ମଶାଳା ଆଦିରେ ସେମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ସମିତିର ସଦସ୍ୟା ରାଜଲକ୍ଷ୍ମୀ ଦାସ, ସ‌ାଧନା ପାଣିଗ୍ରାହୀ, କାନ୍ତା ମହାନ୍ତି, ମାନସୀ ପହି, ଝରଣା ସ୍ବାଇଁ, ରୁବି ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା‌ କରିଥିଲେ। ଲିପ୍‌ସାରାଣୀ ମଲ୍ଲିକ, ଲିପ୍‌ସା ବାରିକ, ଶ୍ରଦ୍ଧାଞ୍ଜଳି ଜେନା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର