ଆରମ୍ଭ ହେଲା ଲୋକକଳା ମହୋତ୍ସବ, ଦୁଲଦୁଲିରୁ ଶିଙ୍ଘବାଦ୍ୟ

ଭୁବନେଶ୍ବର: ଲୋକନୃତ୍ୟ ଓ ଲୋକସଂଗୀତ ଉପଭୋଗ କରିବାର ଅବକାଶ ଆଣିଦେଇଛି ରାଜ୍ୟ ସଂସ୍କୃତି ବିଭାଗ। ଆଜିଠୁ ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ୩ ଦିନିଆ ୯ମ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ। ଆଜି ୧୦ ଜିଲ୍ଲାର ୧୦ଟି ଲୋକକଳା ଦଳ ନୃତ୍ୟ ଓ ସଂଗୀତ ଭେଟି ଦେଇଛନ୍ତି। ସୁବର୍ଣ୍ଣପୁରର ଦୁଲ୍‌ଦୁଲି, ମୟୂରଭଂଜର ଛଉ, ନୟାଗଡ଼ର ଶିଙ୍ଘବାଦ୍ୟ, ମାଲକାନଗିରିର କୋୟା ନୃତ୍ୟ, ଅନୁଗୁଳର ଘଣ୍ଟବାଦ୍ୟ, ବରଗଡ଼ର କରମାସାନୀ, କନ୍ଧମାଳର କୁଇନୃତ୍ୟ, ରାୟଗଡ଼ାର ଲାଞ୍ଜିଆ ସୌରା ନାଚ, ଝାରସୁଗୁଡ଼ାର ଚୁଟ୍‌କୁଚୁଟା ଏବଂ ଗଜପତିର ବୀରବାଦ୍ୟ ଉପଭୋଗ କରିବାର ସୁଯୋଗ ମିଳିଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ, ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ, ଲିପ୍‌ସା ଦାଶ, କଳା ସଂସ୍କୃତି ସଂଘର ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଷୋୟୀ ଏବଂ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ସୂଚିସ୍ମିତା ମନ୍ତ୍ରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ଫଟୋ ପ୍ରଦର୍ଶନୀ ଲୋକାର୍ପିତ ହୋଇଛି।

ସମ୍ବନ୍ଧିତ ଖବର