ଆରମ୍ଭ ହେଲା ନନ୍ଦନକାନନ ପାର୍କ ଏବଂ ଷ୍ଟ୍ରିଟ୍‌ସ ଅଫ୍ ଏକାମ୍ର ପଦଯାତ୍ରା

ଭୁବ‌େନଶ୍ବର: ରାଜଧାନୀକୁ ଆସୁଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିଆରା ଅନୁଭୂତି ଦେବା ପାଇଁ ବିଡିଏ ପକ୍ଷରୁ ନନ୍ଦନକାନନ ପାର୍କ ଏବଂ ଷ୍ଟ୍ରିଟ୍‌ସ ଅଫ୍ ଏକାମ୍ର ପଦଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ନନ୍ଦନକାନନ ପାର୍କ ପଦଯାତ୍ରାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୨୮ଜଣ ପ୍ରକୃତିପ୍ରେମୀ ସାମିଲ୍‌ ହୋଇଥିଲେ। ଏହି ଦଳ ନନ୍ଦନକାନନର ବିଭିନ୍ନ ପଶୁପକ୍ଷୀଙ୍କ ଖୁଆଡ଼ ବୁଲିଥିଲେ। ନନ୍ଦନକାନନର ଏସିଏଫ୍‌ (ପର୍ଯ୍ୟଟକ ପରିଚାଳନା) ଅମୂଲ୍ୟ ପରିଡ଼ା ପର୍ଯ୍ୟଟକମାନଙ୍କୁ ନନ୍ଦନକାନନ ଚିଡ଼ିଆଖାନା ବିଷୟରେ ବୁଝାଇଥିଲେ। ଏହି ପଦଯାତ୍ରା ବିଡିଏର ନେଚର୍ ଟ୍ରେଲ୍ କାର୍ଯ୍ୟକ୍ରମ ଅଧୀନରେ ହୋଇଥିଲା। ସେହିପରି ପୁରୁଣା ଭୁବନେଶ୍ବରରେ ହେଉଥିବା ଐତିହ୍ୟ ପଦଯାତ୍ରା ଅଧୀନରେ ଆଜି ଷ୍ଟ୍ରିଟ୍‌ସ ଅଫ୍ ଏକାମ୍ର ପଦଯାତ୍ରା ଅୟୋଜନ କରାଯାଇଥିଲା। ଏଥିରେ ପର୍ଯ୍ୟଟକମାନେ ଐତିହ୍ୟ ସ୍ଥଳୀ ବୁଲିବା ପରେ ପୁରୁଣା ଭୁବନେଶ୍ବରର ବିଭିନ୍ନ ଗଳି ଓ ସାହି ବୁଲିଥିଲେ। ପୁରୁଣା ଭୁବନେଶ୍ବରର ପ୍ରସିଦ୍ଧ ‌େକାରାଖଇ, ଶ୍ରୀ ଲିଙ୍ଗରାଜ ଏବଂ ଅନନ୍ତ ବାସୁଦେବଙ୍କ ଅବଢ଼ା କିପରି ପ୍ରସ୍ତୁତ ହୁଏ ତାହା ପଚାରି ବୁଝିଥି‌େଲ।

ସମ୍ବନ୍ଧିତ ଖବର