ଆରମ୍ଭ ହେଲା ଜାତୀୟ ଡଗ୍‌ ସୋ

 ଲାବ୍ରାଡର ଟ୍ରେଣ୍ଡ୍‌ମେକର୍ସ, ରଟ୍‌େଓ୍ଵଲର ମେନର୍ଡ୍‌ସ ପ୍ରଥମ

ଭୁବନେଶ୍ୱର: ରଟ୍‌େଓ୍ଵଲ୍‌ରଙ୍କ ଆକ୍ରମଣାତ୍ମକ ପରିଭାଷା ସହ ଲାବ୍ରାଡର ରେଟ୍ରିଭର୍‌ଙ୍କ ଚପଳତା ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ଏକ ନିଆରା ଅନୁଭବ ଭେଟି ଦେଇଥିଲୋ। ଓଡ଼ିଶା କେନେଲ୍‌ କ୍ଲବ୍‌ ପକ୍ଷରୁ ଆରମ୍ଭ ହୋଇଛି ଜାତୀୟ ଡଗ୍‌ ସୋ’ର ଉଦ୍‌ଘାଟନୀ ପର୍ବରେ ରାଜ୍ୟ ଓ ରାଜ୍ୟ ବାହାରୁ ସାମିଲ୍‌ ହୋଇଥିଲେ ୩୦ରୁ ଊର୍ଧ୍ୱ ରଟ୍‌େଓ୍ଵଲର ଏବଂ ଲାବ୍ରାଡର ରେଟ୍ରିଭର। ରଟ୍‌େଓ୍ଵଲର ସ୍ୱତନ୍ତ୍ର ସୋ’ରେ ପିଭିଏଲ୍‌ଟି ରାଜୁଙ୍କ ମେନର୍ଡ୍‌ସ ବ୍ଲେଜିଂ ଫାୟାର ପ୍ରଥମ ହୋଇଥିବା ବେଳେ ରବିନ୍ଦ୍ର ନାଥ ସାହୁଙ୍‌କ ‘ଲିଟିଲ୍‌ ବଏ ଅଫ୍‌ ଗେହଲଟ୍‌’ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ସର୍ବିଆରୁ ଆସିଥିବା ମିଅମିର ମାର୍କିକ୍‌ ବିଚାରକ ଭାବେ ଯୋଗ ଦେଇଥିଲେ।

ଲାବ୍ରାଡର ରେଟ୍ରିଭର ସ୍ପେସାଲିଟିରେ ମୁମ୍ବାଇର କରନ ସିଂହ ଓ୍ଵାଲିଆଙ୍କ ‘ଟ୍ରେଣ୍ଡ୍‌ମେକର୍ସ ମେକ୍‌ ୟୁ ଓ୍ଵିନ୍‌’ ପ୍ରଥମ ଏବଂ ଅନିମେଶ ମହାନ୍ତିଙ୍କ ‘ପାରେଖ୍ସ ବଟ୍ଟରି’ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିଲା। ଯଶୋଧାରା ହେମଚନ୍ଦ୍ରା ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ଦୁଇ କୃତୀ ବିଜେତାଙ୍କୁ ବାଛିଥିଲେ। ଆସନ୍ତାକାଲି ଜର୍ମାନ ସେଫର୍ଡ୍‌ଙ୍କୁ ଦେଖିବାକୁ ମିଳିବ। ସେହିପରି ୧୦ ତାରିଖରେ ଅଲ୍‌ ବ୍ରିଡ୍‌ ସୋ ଅନୁଷ୍ଠିତ ହେବ। ଏଥିରେ ଦର୍ଶକ ମଜ୍ଜାଦାର ଅନୁଭୂତି ସାଉଁଟିପାରିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶା କେନେଲ୍‌ କ୍ଲବ୍‌ ପକ୍ଷରୁ ବୁଲା କୁକୁରଙ୍କ ସେବା ପାଇଁ ଏକ ସେବା ଶାଖା ଖୋଲାଯିବ। ଏଥିସହ କ୍ଲବ୍‌ର କାର୍ଯ୍ୟକାରୀ କମିଟି ସଦସ୍ୟା ଶ୍ୱେତା ପାରେଖ୍‌ ବୁଲା କୁକୁର ଓ ରୋଗଗ୍ରସ୍ତ କୁକୁରଙ୍କ ପାଇଁ ଏକ ପେଟ୍‌ ଆମ୍ବୁଲାନ୍ସ ସେବା ଆରମ୍ଭ କରିବେ। କ୍ଲବ୍‌ର ସମ୍ପାଦକ ସୁବ୍ରତ ରଂଜନ ପୃଷ୍ଟି ଏବଂ ସହଯୋଗୀମାନେ ଡଗ୍‌ ସୋ’କୁ ପରିଚାଳନା କରିଥିଲେ। ୧୦ ତାରିଖ ପର୍ଯ୍ୟନ୍ତ ଏହି ସୋ ଚାଲୁ ରହିବ।

ସମ୍ବନ୍ଧିତ ଖବର