ପ୍ରଥମ ଶ୍ରେଣୀରୁ ପାସ୍‌-ଫେଲ୍‌ ବ୍ୟବସ୍ଥା ଲାଗୁ କରାଯାଉ: ଏଆଇଡିଏସ୍‌ଓ

ଭୁବନେଶ୍ୱର : ପ୍ରଥମ ଶ୍ରେଣୀରୁ ପାସ୍‌-ଫେଲ୍‌ ବ୍ୟବସ୍ଥା ପୁଣିଥରେ ପ୍ରଚଳନ କରିବାକୁ ଏଆଇଡିଏସ୍‌ଓ ଦାବି କରିଛି। ସଂଘ ପକ୍ଷରୁ ଆଜି ନବୋଦୟ ୟୁଥ୍‌ ଆସୋସିଏସନ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଶିକ୍ଷା ଅଧିକାର ଆଇନ ୨୦୦୯ର ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ବର ୨୧ରେ ଏକ ନୂତନ ବିଲ୍‌ ଆଣୁଛନ୍ତି। ଏଥିରେ ୨୦୦୯ରେ ପ୍ରଥମ ଶ୍ରେଣୀରୁ ଉଠିଯାଇଥିବା ପାସ୍‌ ଫେଲ୍‌ ବ୍ୟବସ୍ଥାରେ ପରିବର୍ତନ କରି କେବଳ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ସରକାର ପାସ୍‌ ଫେଲ୍‌ ବ୍ୟବସ୍ଥା କରିବାକୁ ଯୋଜନା କରୁଛନ୍ତି। ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ଏଆଇଡିଏସ୍‌ଓ କହିଛି। ସଂଗଠନ ପୂର୍ବପରି ପ୍ରଥମ ଶ୍ରେଣୀରୁ ପାସ୍‌୍‌ ଫେଲ୍‌ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିଛି। ଏହା ବିରୋଧରେ ଡିସେମ୍ବର ୨୧ ତାରିଖରେ ସମସ୍ତ ରାଜ୍ୟର ରାଜଧାନୀ ଓ ଦିଲ୍ଲୀରେ ସଂଗଠନ ବିକ୍ଷୋଭ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ସିଦ୍ଧାର୍ଥ ରଥ, ନସିମ ସରକାର, ଗଣେଶ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର