ସ୍ୱଦେଶୀ ସପ୍ତାହ ଆରମ୍ଭ

ଭୁବନେଶ୍ୱର: ସ୍ୱଦେଶୀ ଆନ୍ଦୋଳନରେ ପ୍ରଥମେ ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବାବୁଗେନୁଙ୍କ ସହିଦ ଦିବସ ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ପାଳିତ ହୋଇଯାଇଛି। ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ସ୍ୱଦେଶୀ ସପ୍ତାହ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦେଶୀ ବସ୍ତୁଗୁଡ଼ିକୁ ବର୍ଜନ କରିବାର ସଂକଳ୍ପ କରି ଏହି ରାଷ୍ଟ୍ରୀୟ ଆନ୍ଦୋଳନରେ ସହଭାଗୀ ହେବାଲାଗି ଏଥିରେ ସଚେତନ କରାଯାଇଥିଲା। ଏହା ହିଁ ବାବୁଗେନୁଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରାନ୍ତ ସଂଗଠକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ। ଏହି ଅବସରରେ ସମାଜସେବୀ ଗୋବିନ୍ଦ ସାହୁ, ଜୀବନ ମିଶ୍ର, ଚନ୍ଦନ ବାରିକ, ବିଜୟ ପ୍ରଧାନ ଓ ଦୁଃଶାସନ ପ୍ରଧାନ ପ୍ରମଖ ସର୍ବସାଧାରଣରେ ସ୍ୱଦେଶୀ ପତ୍ରିକା ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ସପ୍ତାହେ ବ୍ୟାପୀ ସାରା ଭାରତରେ ପାଳନ ହେବ ବୋଲି ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ରଘୁନାଥ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର