ଆରମ୍ଭ ହେଲା ଶୀତ ଉତ୍ସବ: ଓଡ଼ିଶୀରେ ଧାରା ଶ୍ରୀରାଧା

ଭୁବନେଶ୍ବର: ଧାରା ଶ୍ରୀରାଧା କାବ୍ୟର କିଛି ପଙ୍କ୍ତିକୁ ଓଡ଼ିଶୀ ନୃତ୍ୟରେ ଦେଖିବାର ଅବକାଶ ଜୁଟିଥିଲା ଉତ୍କଳ ମଣ୍ଡପରେ। ଏଥିସହ କଳାହାଣ୍ଡି ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀଙ୍କ ବଜାସାଲ୍ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନୋରଂଜନ କରିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ବାରା ଆରମ୍ଭ ହୋଇଥିବା ୨ ଦିନିଆ ଶୀତ ଉତ୍ସବ ଆଣିଥିଲା ଏଭଳି ନିଆରା ଅବସର। ଏହି ଅବସରରେ ରୂପକ ପରିଡ଼ାଙ୍କ ଓଡ଼ିଶୀ ସଂଗୀତ ସାଙ୍ଗକୁ ତାନସେନ ସିଂ, କ୍ଷିତିପ୍ରକାଶ ମହାପାତ୍ର, ସାରଥୀ ଗୋଚ୍ଛାୟତ ଏବଂ ଜୟଶ୍ରୀ ଧଳ ସୁଗମ ସଂଗୀତ ପରିବେଷଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ଏବଂ ସଚିବ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର