ରାଜ୍ୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର: ସେଲଟର୍‌ ଫାଉଣ୍ଡେସନ୍‌ ପକ୍ଷରୁ ୧୧ତମ ରାଜ୍ୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଆଜି ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ‘ଭବିଷ୍ୟତ ପାଇଁ କଳାର ସୁରକ୍ଷା’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ନର୍ସରିରୁ ଆରମ୍ଭ କରି ଦ୍ବାଦଶ ଶ୍ରେଶୀ ପର୍ଯ୍ୟନ୍ତ ପ୍ରାୟ ୪୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ବର, କଟକ, ଖୋର୍ଧା, ଢେଙ୍କାନାଳ, ପୁରୀ, ତାଳଚେର, ଅନୁଗୁଳ, ସମ୍ବଲପୁର, ରାଉଲକେଲା, ନୟାଗଡ଼ ଓ ପାରାଦୀପ ଆଦିରୁ ବହୁ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ଏହି ଚିତ୍ରକଳା ସବୁ ଆଜି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। ପୂର୍ବତନ କର୍ପୋରେଟର ନବକିଶୋର ବେହେରା ଓ ନିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଜୁନ୍‌ ୨୩ ତାରିଖରେ ଅନୁଷ୍ଠାନର ୧୧ତମ ବାର୍ଷିକୋତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ରାଉତ ରାଜ୍ୟସ୍ତରୀୟ ପ୍ରଦର୍ଶନୀକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର