ରାଜ୍ୟ ବାହୁକୁସ୍ତି ଉଦ୍‌ଯାପିତ: ପ୍ରମୋଦ ଓ କିରଣ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ

ଭୁବନେଶ୍ବର: ଉତ୍କଳ କରାଟେ ସ୍କୁଲଠାରେ ରବିବାର ୪୦ତମ ରାଜ୍ୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଜିଲ୍ଲାରୁ ୧୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୨୨ ବିଭାଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଅଲ ଓଡ଼ିଶା ରାଜ୍ୟ ବାହୁକୁସ୍ତି ସଂଘର ସଭାପତି ବିଶ୍ବଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ପୁରୁଷରେ ପ୍ରମୋଦ କୁମାର ମୁଖି ଓ ମହିଳାରେ କିରଣ କୁମାରୀ ଦିଗଲ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ ‌ହୋଇଥିଲେ। ବିଭୂତି ଭୂଷଣ ଜେଠି, ବିଜୟ ଶର୍ମା, ରାଜକିଶୋର ସାହୁ, ସାଗର ନାୟକ, ସୁନୀଲ କୁମାର ରାଜ, ବ୍ରହ୍ମ ପ୍ରକାଶ ପଟ୍ଟନାୟକ, ମିର୍ ଅଜମଦ ଅଲ୍ଲୀ, ହିମାଂଶୁ ଶେଖର ଦାସ, ଗୌରୀ ମହାନ୍ତି, ଅନୁପମା ସ୍ବାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ବିଭିନ୍ନ ବିଭାଗର ପ୍ରଥମ ତିନି ସ୍ଥାନରେ ରହିଥିବା ଖେଳାଳିମାନେ ହେଲେ: ପୁରୁଷ ୫୫ କିଲୋଗ୍ରାମ-ଯୋଗେଶ ମୁଖି, ସୁଶାନ୍ତ ନାୟକ, ବିକି ନାୟକ। ୬୦ କିଲୋଗ୍ରାମ-କୁନୁ ମୁଖି, ରୁଦ୍ର ନାୟକ, ବୁବୁ ନାୟକ। ୬୫ କିଲୋଗ୍ରାମ-ପ୍ରବୀର ଷଡ଼ଙ୍ଗୀ, ଶଙ୍କର କାହାଳି, ଅମିତ ଘଡ଼େଇ। ୭୦ କିଲୋଗ୍ରାମ- ଗୌତମ କାହାଳି, ପପା ନାୟକ, ଚନ୍ଦନ ନାୟକ। ୮୦ କିଲୋଗ୍ରାମ- ରାହୁଲ ମେହେର, ସୋମନାଥ ପାତ୍ର, ସଞ୍ଜୟ ମୁଖି। ୭୫ କିଲୋଗ୍ରାମ- ସୂରଜ ଦାସ, ଆକାଶ ମୁଖି, ମତଲୁବ ଖାନ୍। ୧୧୦ କି‌ଲୋଗ୍ରାମରୁ ଅଧିକ: ବିଶ୍ବମୋହନ ପଟ୍ଟନାୟକ, ଗୋବିନ୍ଦ ମହାନ୍ତି, ଅନୀଲ ଦାସ। ୧୦୦ କିଲୋଗ୍ରାମ- ମହମ୍ମଦ ରାଜ୍, ଅନୀଲ ନାୟକ। ୯୦ କିଲୋଗ୍ରାମ-ପ୍ରମୋଦ ମୁଖି। ସୁନୀଲ କୁମାର ରାଜ, ସିପୁ ନାୟକ। କନିଷ୍ଠ ବାଳକ ୬୦ କି‌ଲୋଗ୍ରାମ- ରାଜେଶ ପରିଡ଼ା, ବଜରଙ୍ଗ ଗ‌ୋଛାୟତ, ଅନୀଲ ଜେନା। କନିଷ୍ଠ ବାଳକ ୫୦ କିଲୋଗ୍ରାମ-ରଂଜନ ପରିଡ଼ା, ସଞ୍ଜୟ ନାୟକ, ବାପୁନ ନାୟକ। କନିଷ୍ଠ ବାଳକ ୬୦ କିଲୋଗ୍ରାମରୁ ଅଧିକ- ସିପୁ ନାୟକ, ନିଖିଳ ବେହେରା, ରାମଚନ୍ଦ୍ର ନାୟକ। ମାଷ୍ଟର ୭୦ କିଲୋଗ୍ରାମ- ଈଶ୍ବର ବେହେରା, ପୁଲିନ ବେହୁରାୟ। ମାଷ୍ଟର ୮୦ କିଲୋଗ୍ରାମ-ସତ୍ୟ ରଞ୍ଜନ ମହାନ୍ତି, ସତ୍ୟ ସାଇ ମହାନ୍ତି, ପ୍ରଶାନ୍ତ କୁମାର ସାହୁ। ମାଷ୍ଟର ୯୦ କିଲୋଗ୍ରାମ-ବିଶ୍ବ ରଞ୍ଜନ ନାୟକ। ମହିଳା ବରିଷ୍ଠ ୫୦ କି‌ଲୋଗ୍ରାମ-ଅନୁରାଧା ବେହେରା, ସୀମା ପରିଡ଼ା, ମାନିନି ସାହୁ, ମହିଳା ୭୦ କିଲୋଗ୍ରାମରୁ ଅଧିକ- ଲକିରାଣୀ ପାତ୍ର, ମଧୁସ୍ମିତା ବଳିଆରସିଂହ, ତନୟା ପଣ୍ଡା। ମହିଳା ବରିଷ୍ଠ ୬୦ କିଲୋଗ୍ରାମରୁ ଅଧିକ- ଅନୁରାଧା ପାତ୍ର, ପୂଜା ପରିଡ଼ା, ଚିନ୍ମୟୀ ଚନ୍ଦ୍ରପ୍ରଭା। ମହିଳା ୭୦ କିଲୋଗ୍ରାମ- କିରଣ କୁମାରୀ ଦିଗଲ, ସୁହାନା ବେଗମ, ପୂଜା ବେହେରା। ମହିଳା ବରିଷ୍ଠ ୫୦ କିଲୋଗ୍ରାମ- ସୁପ୍ରିୟା ସେଠୀ, ପ୍ରିୟଦର୍ଶିନୀ ଘଟୁଆରି, ଗାୟତ୍ରୀ ମୁର୍ମୁ।

ସମ୍ବନ୍ଧିତ ଖବର