ଭୁବନେଶ୍ୱରରେ ଆଇପିଏସଙ୍କ ଘରୁ ଚୋରି, କ୍ୟାପିଟାଲ ଥାନାରେ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଆଇପିଏସ୍ ଅଫିସରଙ୍କ ଘରୁ ଚୋରି ହୋଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଗ୍ରୀଲ କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାଯାଇଛି । ଅଭିଯୋଗ ଅନୁସାରେ ଆଇପିଏସ୍ ସତ୍ୟଜିତ ନାୟକଙ୍କ ଶିଶୁଭବନସ୍ଥିତ ଘରୁ ଏହି ଚୋରି ହୋଇଛି । ସୂଚନାଯୋଗ୍ୟ, ସତ୍ୟଜିତ ନାୟକ ଏବେ ୨ ମାସ ହେବ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି । ଚୋରି ହୋଇଥିବା ନେଇ ଆଇପିଏସ୍ ସତ୍ୟଜିତ ନାୟକ କହିଛନ୍ତି, ଏହା ଏକ ଛୋଟ କଥା ନୁହେଁ । ମୁଁ ଡିସିପିଙ୍କ ସହ ଏବିଷୟରେ କଥା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲିଂ ଜୋରଦାର ହେବା ଦରକାର ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର