ସିବିଏସ୍ଇ ପକ୍ଷରୁ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ କର୍ମଶାଳା

ଭୁବନେଶ୍ବର: ସିବିଏସ୍‌ଇ ପକ୍ଷରୁ ‘ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ’ ସମ୍ପର୍କିତ ଏକ କର୍ମଶାଳା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲର ୧୫୮ଜଣ ପ୍ରିନସିପାଲ୍‌ ଓ ଭାଇସ୍ ପ୍ରିନସିପାଲ୍‌ ଯୋଗ ଦେଇଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକରେ କିପରି ଶିକ୍ଷକମାନେ ନିଜର ଓ ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରୀରିକ ଚାପକୁ ନିୟନ୍ତ୍ରଣ କରିବେ, ସେନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ସିବିଏସ୍ଇର ରିସୋର୍ସ ପର୍ସନ ସଙ୍ଗୀତ ଶର୍ମା ଚାପକୁ ନିୟନ୍ତ୍ରଣ କରିବାର ବିଭିନ୍ନ ଉପାୟ ବିଷୟରେ କହିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନେ କିପରି ଚାପକୁ ନିୟନ୍ତ୍ରଣ କରିବେ ଏବଂ ଛାତ୍ରଛାତ୍ରୀଙ୍କୁ ସଂଜମତା ‌ଶିଖାଇବେ ତାହା ବତାଇଥିଲେ। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରିନସିପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମର ବିଶେଷତ୍ବ ବିଷୟରେ କହିଥିଲେ। ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟର ସେଣ୍ଟର ଅଫ୍ ଏକ୍ସଲେନ୍ସି ମୁଖ୍ୟ ସଂଜୀବ ଶ୍ରୀବାସ୍ତବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର