ପୋଲ ନିର୍ମାଣ ଦାବିରେ ବିକ୍ଷୋଭ

ବାଲିଅନ୍ତା: ବଇଁଚୁଆ କାଜ ପୋଲ ନିର୍ମାଣ ଦାବି ଜୋର ଧରିଛି। ଆଜି ପୂର୍ବାହ୍ନରେ ଶତାଧିକ ଗ୍ରାମବାସୀ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବଇଁଚୁଆ କାଜ ନିକଟରେ ପହଞ୍ଚିଥିଲେ। ସେଠାରେ କାଜ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ବଇଁଚୁଆ, ଭିଙ୍ଗାରପୁର, ବେଣ୍ଟପୁର, ସତ୍ୟଭାମାପୁର, ବେଣୁପୁର, ସରକଣା, ପୂରଣପଧାନ ଏବଂ କାକରୁଦ୍ରପୁର ପଞ୍ଚାୟତର ପାଖାପାଖି ୫୦ ହଜାର ଜନ ସାଧାରଣ ଏହି ରାସ୍ତାରେ ଯାତାୟତ ପାଇଁ ନିର୍ଭର କରନ୍ତି। ପୋଲ ନଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବର୍ଷାଦିନେ ସମସ୍ୟା ଅଧିକ ଜଟିଳ ହୋଇପଡ଼ୁଛି। ତୁରନ୍ତ ପୋଲ ନିର୍ମାଣ ନ ହେଲେ ଆଗାମୀ ଦିନରେ ଲୋକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର