କମ୍ବଳ ବାଣ୍ଟିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମଧୁସୂଦନ ସମବାୟ ପରିଚାଳନା ଅନୁଷ୍ଠାନର ଏମ୍‌ବିଏ ଛାତ୍ରଛାତ୍ରୀମାନେ ଆରୋହୀ ଏନ୍‌ଜିଓ ସହଯୋଗରେ ନିରାଶ୍ରୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ଗତ ୭ ତାରିଖରେ ରାମ ମନ୍ଦିର ସମ୍ମୁଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ଉପ-ନିର୍ଦେଶକ ଡ. ସି. ବିଜୟ ଓ ଆରୋହୀର ଅରୁଣ କୁମାର ସାହୁ ଛାତ୍ରଛାତ୍ରୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିଗତ ଦୁଇ ଦିନ ଧରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଛାତ୍ରଛାତ୍ରୀମାନେ ରାସ୍ତାକଡ଼ରେ ଶୀତରେ ଶୋଇଥିବା ଅସହାୟମାନଙ୍କୁ କମ୍ବଳ ଯୋଗାଇ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର