ଜାଭିୟର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ଜଟଣୀ : ଜଟଣୀ ନିରଞ୍ଜନପୁର ନିକଟ ଜାଭିୟର ବିଶ୍ୱବିଦ୍ୟାଳୟରେ ଛାତ୍ର ଆଶନ୍ତି ସୃଷ୍ଟି ହୋଇଛି। ଗତକାଲିଠାରୁ ଛାତ୍ରଛାତ୍ରୀମାନେ ମିଳିତ ହୋଇ କର୍ତ୍ତୃପକ୍ଷଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ପାଠ୍ୟକ୍ରମ ଶେଷ ହେବାକୁ ବସିଥିବା ବେଳେ ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ନିଯୁକ୍ତି ବ୍ୟବସ୍ଥା କରାଯାଉ ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ନାମଲେଖା ସମୟରେ ୧୫/୨୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବି ପ୍ରତିଶ୍ରୁତି ମୁତାବକ ଏକ୍ସଆଇଏମ୍‌ବି ବଦଳରେ ଇୟୁନିଭର୍‌ସିଟିରୁ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ କହିବାରେ ଏହିପରି ଅବସ୍ଥା ଉପୁଜିଥିବା ନେଇ କେତେକ ଛାତ୍ରଛାତ୍ର ନାମଗୋପନ ରଖି ପ୍ରକାଶ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଯିବାରେ ପରିସରକୁ ଯିବାକୁ ଅନୁମତି ମିଳିନଥିଲା। ଏପରିକି ଫୋନ୍‌ରେ ଯୋଗାଯୋଗ କରିବାରେ କର୍ତୃପକ୍ଷ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ । ଅପରପକ୍ଷରେ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦାବିଗୁଡ଼ିକ ଉପରେ ପଦକ୍ଷେପ ନେବାକୁ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବାରୁ ପରିସ୍ଥିତି ଶାନ୍ତ ହୋଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର