‘ସୁଭଦ୍ରା ଚାରିଟେବୁଲ୍‌ ଟ୍ରଷ୍ଟ୍‍’ ପକ୍ଷରୁ ‘ବିଜ୍ଞାନ ମହାଶିବିର’

ଭୁବନେଶ୍ୱର: ‘ସୁଭଦ୍ରା ଚାରିଟେବୁଲ୍‌ ଟ୍ରଷ୍ଟ୍‍’ ସାଇନ୍ସ ମୁଭ୍‌ମେଣ୍ଟ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଜ୍ଞାନ ମହାଶିବିର-୨୦୧୭’ ଆଜି ସ୍ଥାନୀୟ ଆଇଆଇଟି ସମ୍ପ୍ରସାରଣ କେନ୍ଦ୍ରର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବୈଜ୍ଞାନିକ ରାଜେଶ ବତ୍ସ, ଡାକ୍ତର ଯୋଶେଫ୍‌ ନାଥନ୍‌, ଦିଲ୍ଲୀ ଆଇଆଇଟିର ପ୍ରଫେସର ଶ୍ୟାମ ସୁନ୍ଦର ରମଣ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗଣିତଜ୍ଞ ହାଡିବନ୍ଧୁ ପଟ୍ଟନାୟକ ଯୋଗ ଦେଇଥିଲେ। ଧୀରେ ଧୀରେ ଛାତ୍ରଛାତ୍ରୀମାନେ ଦୂରେଇ ଯାଉଥିବା ମୌଳିକ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ‘ବିଜ୍ଞାନ ମହାଶିବିର’ ଭଳି କାର୍ଯ୍ୟକ୍ରମ ବହୁ ଉପଯୋଗୀ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସାଇନ୍ସ ମୁଭ୍‌ମେଣ୍ଟ୍‌ର ଆବାହକ ଜ୍ୟୋତିରଞ୍ଜନ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ପ୍ରାୟ ୧୪୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ ତଥା କିଟ୍‌ ବିଶ୍ୱବିଦ୍ୟାଳୟ ଏଥିରେ ସହଯୋଗର ହାତ ବଢ଼ାଇଛନ୍ତି।

ସମ୍ବନ୍ଧିତ ଖବର