ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠି ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଛି। ଭୁବନେଶ୍ୱର ରେଳବାଇ ଅଡିଟୋରିୟମଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଯୋଗଦେଇ ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପିଲାଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପ୍ରାୟ ୩୭୫ରୁ ଅଧିକ ପିଲା ଯୋଗଦେଇ ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ତାଲିମପ୍ରାପ୍ତ ପ୍ରଶିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ। ଉତ୍ସବରେ ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ପୂର୍ବତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତଥା କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ପି. ସି ନାୟକ, ମୁଖ୍ୟ କାରଖାନା ପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ଭାରତ ସ୍କାଉଟ୍‌ ଓ ଗାଇଡ୍‌ କେନ୍ଦ୍ରୀୟ ପରିଷଦର ସଭାପତି ଏନ. କେ ପୋଦ୍ଦାର ଯୋଗଦାନ କରି ପିଲାମାନଙ୍କର ପ୍ରତିଭା ଓ ଦକ୍ଷତାକୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର