ସୁର ତରଙ୍ଗର ସଂଗୀତ ସଂଧ୍ୟାରେ ଶ୍ୱେତାଙ୍କ ସ୍ୱର

ଭୁବନେଶ୍ୱର: ତୋ ଆଖି ମୋ ଆଇନା….ଏମିତି ଅନେକ ହୃଦୟସ୍ପର୍ଶୀ ସଂଗୀତକୁ ନିଜ ସୁମଧୁର କଣ୍ଠରେ ପରିବେଷଣ କରିଥିଲେ ଅଭିନେତ୍ରୀ ତଥା କଣ୍ଠଶିଳ୍ପୀ ଶ୍ୱେତା ମିଶ୍ର। ତାଙ୍କ ସହିତ କଣ୍ଠ ମିଳାଇଥିଲେ କଣ୍ଠଶିଳ୍ପୀ ଗୌତମ, ଶଶାଙ୍କ, ସୂରଜ, ସିଦ୍ଧାନ୍ତ, ଅନୁରାଗ। ଆଉ ସଂଗୀତର ତାଳେ ତାଳେ ଝୁମି ଉଠିଥିଲେ ଶ୍ରୋତା। ଅବସର ଥିଲା ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା ସୁର ତରଙ୍ଗ ପକ୍ଷରୁ ସଂଗୀତ ସଂଧ୍ୟା ‘ଅନ୍‌ଫେଡିଂ ଟ୍ୟୁନ୍ସ ଓ୍ଵିଥ୍‌ ଶ୍ୱେତା’।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଡ.ବଦ୍ରିନାଥ ପଟ୍ଟନାୟକ, ଡ. ବିଶ୍ୱନାଥ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ସମୀର ମହାନ୍ତି, ସମ୍ପାଦକ ପିୟୁଷ ମହାନ୍ତି, ଉପଦେଷ୍ଟା ମୁରଲୀ ମହାନ୍ତି ଓ ସଂଯୋଜକ ପ୍ରିୟରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଶ୍ୱେତାଙ୍କ ପିତା ଜ୍ଞାନ ରଞ୍ଜନ ମିଶ୍ର ଓ ମାତା ଅନ୍ନପୂର୍ଣ୍ଣା ମିଶ୍ର କଳାକାରଙ୍କୁ ଉତ୍ସାହିତ କରିଥିବାବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ ଓ ଗୁଲଶନ୍‌।

ସମ୍ବନ୍ଧିତ ଖବର