ସୂର୍ଯ୍ୟକାନ୍ତ ମିଶ୍ର ‘ଗୌରବ ସମ୍ମାନ’ରେ ସମ୍ମାନିତ

ଭୁବନେଶ୍ୱର: ଓମ୍‌ ଶ୍ରୀ ମୋସନ ପିକ୍‌ଚର ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ଉତ୍ସବରେ ବୃତ୍ତିଗତ ଜୀବନରେ ନିଜର ଉତ୍ସର୍ଗୀକୃତ ଓ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଦକ୍ଷତା ପାଇଁ ମାଗ୍‌ମା ଫାଇନାନ୍ସର ଏଭିପି(କର୍ପୋରେଟ ବିଭାଗ) ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଚଳିତ ବର୍ଷର ‘ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ସିଏସ୍‌ଆର, ସିନେମା, କଳା ଓ ସଂସ୍କୃତି ସହିତ କର୍ପୋରେଟ୍‌ କମ୍ୟୁନିକେସନକୁ ନେଇ ଚାରୋଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥାଏ। କାର୍ଯ୍ୟକ୍ରମରେ ବିଚାରକ ଭାବେ ଷ୍ଟାର ଟିଭି ପକ୍ଷରୁ ଗୌରବ ସିହ୍ନା, ପାନୋରାମିକ୍‌ ଗ୍ରୁପର ଡାକ୍ତର ରାକେଶ ଆଚାର୍ଯ୍ୟ, ଇଣ୍ଡିପେଣ୍ଡେଣ୍ଟ ପିଆର କନସଲ୍‌ଟାଣ୍ଟ ନବୀନ ଆନନ୍ଦ ଓ ବ୍ରାଣ୍ଡ କନସଲ୍‌ଟାଣ୍ଟ ଆଶିଷ ମିଶ୍ର ଯୋଗଦେଇ ଶ୍ରୀ ମିଶ୍ରଙ୍କ ନାମକୁ ଚୟନ କରିଥିଲେ।

ସମ୍ବନ୍ଧିତ ଖବର