କେଏମ୍‌ବିବରେ ସ୍ୱାଭିମାନ ଦିବସ

ଭୁବନେଶ୍ୱର : ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ୍‌-୨ରେ କେଏମ୍‌ବିବି ଜୁନିଅର ସାଇନ୍‌ସ କଲେଜ ତରଫରୁ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ଫନୀ ମହାନ୍ତି ମଧୁବାବୁଙ୍କର ଆଦର୍ଶ ଜୀବନଶୈଳୀ ଉପରେ ଆଲୋକପାତ କରିଥିଲେ। ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ପିଲାମାନଙ୍କୁ ଅଭିମାନୀ ନ ହୋଇ ସ୍ୱାଭିମାନୀ ହେବାକୁ ଉପଦେଶ ଦେଇଥିଲେ। ଏହି ଅବସରରେ ‘ମଧୁବାବୁ ଓ ଆଜିର ଓଡ଼ିଶା’ ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ସତ୍ୟରମଣ ତ୍ରିପାଠୀ ପ୍ରଥମ, ପ୍ରକାଶ ନାୟକ ଦ୍ୱିତୀୟ ଓ ସତ୍ୟଜିତ୍‌ ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଉପାଧ୍ୟକ୍ଷା ଡ. ସଂଧ୍ୟାରାଣୀ ଆଚାର୍ଯ୍ୟ, ଅଧ୍ୟାପକ ଅବନୀ ସ୍ୱାଇଁ, ରବିନାରାୟଣ ରୟତସିଂହ ପ୍ରତିଯୋଗିତାରେ ବିଚାରକ ଥିଲେ। ଅଧ୍ୟକ୍ଷ ଚିତ୍ତରଞ୍ଜନ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡିନ୍‌ ଡ. ବିଜୁନୀ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସରୋଜ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର