‌କେଏମ୍‌ବିବିରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ନରଣପୁରସ୍ଥିତ କେଏମ୍‌ବିବି କ୍ୟାମ୍ପସ-୨ ବିଜ୍ଞାନ ମହାବିଦ୍ୟାଳୟରେ ବିଦ୍ୟାଳୟ ନିର୍ଦ୍ଦେଶକ (ଆଡମିନିଷ୍ଟ୍ରେସନ୍‌)ଙ୍କ ତତ୍ତ୍ବାବଧାନରେ ସ୍ବଚ୍ଛ ଭାରତ ଅଭିଯାନରେ ସଫେଇ କରାଯାଇଛି। ଏଥିରେ ଯୁକ୍ତ୨, ଯୁକ୍ତ ୩ ଏବଂ ବି.ଟେକ୍‌ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର କ୍ୟାମ୍ପସକୁ ସଂପୂର୍ଣ୍ଣ ସ୍ବଚ୍ଛ ଏବଂ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଉପଦେଶ ଦେଇଥିଲେ। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମକର୍ତ୍ତା ଏହି ଅଭିଯାନ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ କ୍ୟାମ୍ପସ ସହ ନିକଟସ୍ଥ ଗ୍ରାମାଞ୍ଚଳରେ ମଧ୍ୟ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯିବ ବୋଲି କଲେଜ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର