ସ୍ୱଚ୍ଛ ସର୍ବେକ୍ଷଣ ସାରି କେନ୍ଦ୍ରୀୟ ଟିମ୍‌ ଫେରିଲେ

ଭୁବନେଶ୍ୱର : ସ୍ୱଚ୍ଛ ସର୍ବେକ୍ଷଣରେ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ପରିଦର୍ଶନ ପାଇଁ ଭୁବନେଶ୍ୱର ଆସିଥିବା କେନ୍ଦ୍ରୀୟ ଟିମ୍‌ ଆଜି ନୂଆଦିଲ୍ଲୀ ଫେରିଯାଇଛି। ଗତ ୫ତାରିଖରୁ ଆସିଥିବା ୬ଜଣିଆ କେନ୍ଦ୍ରୀୟ ଟିମ୍‌ ବିଏମ୍‌ସିର ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରି ନିଜ ସହ ନେଇଛନ୍ତି। ଏହି ଟିମ୍‌ ୨୬୦୦ ମାର୍କରୁ ନମ୍ବର ଦେବେ। ବାକି ୧୪୦୦ ମାର୍କ ନାଗରିକ ମତାମତରୁ ମିଳିବ। ଆସନ୍ତା ମାର୍ଚ୍ଚ ୧୫ପର୍ଯ୍ୟନ୍ତ ନାଗରିକ ମତାମତ ସଂଗ୍ରହ ହେବ। ମାର୍ଚ୍ଚ ୧୮ତାରିଖରେ ସ୍ୱଚ୍ଛ ସର୍ବେକ୍ଷଣ ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର