ସରସ୍ୱତୀ ଶିଶୁ ମନ୍ଦିର ରଜତ ଜୟନ୍ତୀରେ ରକ୍ତଦାନ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରର ରଜତ ଜୟନ୍ତୀ ବର୍ଷ ପାଳନ ଅବସରରେ ଆମ ଓଡ଼ିଶା ସହଯୋଗରେ ଆଜିି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୩୭ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ଏନେଇ ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ପରଲକ୍ଷିତ ହୋଇଥିଲା। ବିଶେଷକରି ଭଉଣୀମାନେ ରକ୍ତଦାନ କରିବାକୁ ଢେର୍‌ ଆଗ୍ରହ ପ୍ରକାଶ କରିଥିଲେ। ଶିବିରକୁ ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ସଂପାଦକ ଇନ୍ଦ୍ରମଣି ଷେଣ୍ଢ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ କେଦାରନାଥ ସେଠୀ ଉପସ୍ଥିତ ଥିଲେ। ଅନୁଷ୍ଠାନର ବରିଷ୍ଠ ଗୁରୁଜୀ ସୁରେଶ ବେହେରା, ‘ଆମ ଓଡ଼ିଶା’ର ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଗୋଲେଖ ଗୁରୁଜୀ, ସଞ୍ଜୟ, ପଞ୍ଚାନନ, ରାଜୀବ, ଅଜୟ, ସୁରେନ୍ଦ୍ର, ଅଶୋକ ତ୍ରିପାଠୀ, ଅଶୋକ ଲେଙ୍କା, ରାଜେନ୍ଦ୍ର, ଅଭୟ ଗୁରୁଜୀ ଓ ବିନୋଦିନୀ ଗୁରୁମା’ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଆଜିର ରକ୍ତଦାନ ଶିବିରରେ ଅନୁଷ୍ଠାନର ପାଞ୍ଚ ଜଣ ଗୁରୁଜୀ ଗୁରୁ ମା’ ମଧ୍ୟ ରକ୍ତଦାନ କରିଥିଲେ। ଡ. ଶ୍ରୀକାନ୍ତ ଦାଶ, ସାରଦାକାନ୍ତ ଚୌଧୁରୀ ଓ ଦୁର୍ଗାପ୍ରସାଦ ରଥ ପ୍ରମୁଖ ରକ୍ତଦାନରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର