ତାଳ ବିଦ୍ୟା‌ କ‌େଚରି

ଭୁବନେଶ୍ବର: ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଏବଂ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହାର ହରାଇଜନ୍‌ ସିରିଜ୍‌ରେ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ପରିବେଷିତ ହୋଇଯାଇଛି ‘ତାଳ ବିଦ୍ୟା କଚେରି’। କର୍ଣ୍ଣାଟକୀ ଘରାନାର ଏହି ବାଦ୍ୟ ସଂଗୀତକୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ପୁରସ୍କାରପ୍ରାପ୍ତ ଶିଳ୍ପୀ ପି. ଜୟ ଭାସ୍କର ନିଜ ମୃଦଙ୍ଗ ବାଦନରେ ପରିବେଷଣ କରିଥିଲେ। ଏଥିରେ ତାଙ୍କୁ ଘଟମ୍‌ ବାଦ୍ୟଯନ୍ତ୍ରରେ ବି.ଡି.ଏସ୍‌ ଶର୍ମା, କାଞ୍ଜରାରେ ଜି. ସୂର୍ଯ୍ୟନାରାୟଣନ୍‌, ମର୍ସିଂରେ ପଣ୍ଡିତ ତିରୁପତ୍‌ ରାଓ ଓ ଭାଓଲିନ୍‌ ରିଫ୍ରେନ୍‌ରେ ଟେରାବଲ୍ଲି ନନ୍ଦକୁମାର ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ ଦିଲ୍ଲୀର ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ର ଓ ଆଞ୍ଚଳିକ ନିର୍ଦ୍ଦେଶକ ରଣଜିତ ରାଜ୍‌ ଆରୋରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶୁଭେନ୍ଦୁ ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର