ବିଟିସିଡି ଅଞ୍ଚଳ ବୁଲିଲେ ଜର୍ମାନ୍‌ ପ୍ରତିନିଧି ଦଳ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ୍‌) ପକ୍ଷରୁ ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ (ବିଟିସିଡି) ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପକୁ ଆଜି ଜର୍ମାନ ସରକାରଙ୍କ ଉନ୍ନୟନ ବ୍ୟାଙ୍କ ‘କେଏଫ୍‌ଡବ୍ଲ୍ୟୁ’ର ଏକ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ‘କେଏଫ୍‌ଡବ୍ଲ୍ୟୁ’ ଏବେ ଓଡ଼ିଶା ସରକାର, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ବିଭିନ୍ନ ପ୍ରକଳ୍ପରେ ପୁଞ୍ଜିନିବେଶ କରିଥିବାବେଳେ ଆଗାମୀ ଦିନରେ ବହୁ ପିପିପି ପ୍ରକଳ୍ପରେ ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦିଆଯାଇଛି। ତେଣୁ ଏହି ପ୍ରତିନିଧି ଦଳ ବିଟିସିଡି ଅଞ୍ଚଳ ବୁଲି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଦେଖିଛି। କେଏଫ୍‌ଡବ୍ଲ୍ୟୁର ଆସିଥିବା ଏହି ଟିମ୍‌ରେ ବ୍ୟାଙ୍କର ଦକ୍ଷିଣ ଏସିଆ ନିର୍ଦ୍ଦେଶକ କ୍ୟାରୋଲିନ୍‌ ଗ୍ୟାସନର୍‌ ଏବଂ କ୍ଲାଉଡିଆ ଆର୍ସେ ପ୍ରମୁଖ ସଦସ୍ୟ ଅଛନ୍ତି। ସେମାନେ ଶାନ୍ତି ନଗର ବସ୍ତି ଅଞ୍ଚଳ ବୁଲିବା ସହ ସେଠାକାର ପିୟର ଲିଡର୍‌ ତଥା ପ୍ରଗତି ସାଥୀମାନଙ୍କ ସହ ଆଲୋଚନା କରିଥିଲେ। ବସ୍ତି ଅଞ୍ଚଳର ଝିଅ ଏବଂ ମହିଳାମାନଙ୍କୁ ସ୍ମାର୍ଟ, ରୋଜଗାରକ୍ଷମ ଏବଂ ସୁରକ୍ଷା ନେଇ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ବିଏସ୍‌ସିଏଲ ଅଧିକାରୀମାନେ କେଏଫ୍‌ଡବ୍ଲ୍ୟୁ ପ୍ରତିନିଧିଙ୍କୁ ସହିଦନଗରରେ ନିର୍ମାଣ ହୋଇଥିବା ସ୍ମାର୍ଟ ପାର୍କ ବୁଲାଇ ଦେଖାଇଥିଲେ।

ସମ୍ବନ୍ଧିତ ଖବର