ସରିଲା ଚକ୍‌ଲେଟ୍‌ ଡେ’; ଆଜି ଟେଡ୍ଡି ଡେ’ : ଝିଅଙ୍କ ପସନ୍ଦ ଟେଡ୍ଡି

0 317

ଭୁବନେଶ୍ୱର : ସୁନ୍ଦର ଟେଡ୍ଡିଟିଏ ଦେଖିଲେ, କାହା ମନ ବି ଖୁସି ନ ହେବ। କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଟେଡ୍ଡି ଦେଖିଲେ କିଛି ସମୟ ପାଇଁ ସଭିଙ୍କ ମନ ଖୁସିରେ ନାଚି ଉଠେ। ତାହାକୁ ଜାବୁଡ଼ି ଧରିବାକୁ ଇଚ୍ଛା ହୁଏ। ନିଜର ଭଲ ପାଉଥିବା ମଣିଷକୁ ଟେଡ୍ଡି ଦେବା ପରମ୍ପରା ବହୁ ଦିନରୁ ଆରମ୍ଭ ହେଲାଣି। ଯେହେତୁ ମନ ଖୁସି କରାଇବା ପାଇଁ ଟେଡ୍ଡି ଏକ ମାଧ୍ୟମ, ସେଥିପାଇଁ ଭାଲେଣ୍ଟାଇନ୍‌ ସପ୍ତାହରେ ଚତୁର୍ଥ ଦିନ ଅର୍ଥାତ ଶନିବାର ପଡ଼ୁଛି ‘ଟେଡ୍ଡି ଡେ’। ଖାସ୍‌ କରି ନିଜ ପ୍ରେମିକାକୁ ଖୁସି କରାଇବା ପାଇଁ ପ୍ରେମିକମାନେ ଟେଡ୍ଡି ଉପହାର ଦେଇ ଦିନଟିକୁ ପାଳନ କରିବେ। ଅନ୍ୟ ଦାମୀ ଉପହାର ଅପେକ୍ଷା ଟେଡ୍ଡି ଉପହାରର ସ୍ୱତନ୍ତ୍ରତା ରହିଛି ବୋଲି ଯୁବ ପିଢ଼ିଙ୍କ ମତ। ଖାସ୍‌ ଭାଲେଣ୍ଟାଇନ ଡେ’ ପାଇଁ ବଜାରକୁ ବିଭିନ୍ନ ରଙ୍ଗ ଓ ଡିଜାଇନର ଟେଡ୍ଡି ଆସିଛିି। ଆଜି ରାଜଧାନୀର ନାମୀଦାମୀ ଦେକାନ ଓ ମଲ୍‌ରେ ବଡ଼ ବଡ଼ ଟେଡ୍ଡି କିଣିବାକୁ ଆଜି ବେଶ୍‌ ଭିଡ଼ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଅଫର୍‌ ବି ଦିଆଯାଉଥିଲା। ସୁନ୍ଦର ଟେଡ୍ଡି ଉପହାର ଦେଇ ପ୍ରେମିକାକୁ ଆହୁରି ନିକଟତର କରିବାର ସୁଯୋଗକୁ ପ୍ରେମିକମାନେ ହାତଛଡ଼ା କରିବାକୁ ପ୍ରସ୍ତୁତ ନ ଥିଲେ। କେବଳ ପ୍ରେମ କରୁଥିବା ଯୁବକ-ଯୁବତୀ ନୁହେଁ, ନିଜର ଭଲ ପାଉଥିବା ଯେ କୌଣସି ମଣିଷକୁ ଟେଡ୍ଡି ଉପହାର ଦେବା ପାଇଁ ବି ଏହା ଏକ ସୁଯୋଗ ସୃଷ୍ଟି କରିଛି।

ଭାଲେଣ୍ଟାଇନ୍‌ ସପ୍ତାହର ତୃତୀୟ ଦିନରେ ଅର୍ଥାତ ଆଜି ‘ଚକଲେଟ୍‌ ଡେ’କୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ଯୁବପିଢ଼ି। ଚକ୍‌ଲେଟ୍‌ ଝିଅଙ୍କ ବହୁତ ପସନ୍ଦ ହୋଇଥିବାରୁ ପ୍ରେମିକମାନେ ନିଜ ପ୍ରେମିକାକୁ ଚକଲେଟ୍‌ ଦେଇ ଖୁସି କରିବାକୁ ଚେଷ୍ଟା କରିଥିଲେ। ପୁଣି ନିଜ ଭିତରେ ଥିବା ପିଲାଳିଆମିକୁ ପ୍ରକାଶ କରିବାର ମଧ୍ୟ ଚକ୍‌ଲେଟ୍‌ ଏକ ମାଧ୍ୟମ ଥିଲା ବୋଲି ଅନେକ ପ୍ରେମିକା ପ୍ରେମିକା ମତ ଦେଇଥିଲେ।

ବାହାଘର ପୂର୍ବରୁ ଭାଲେଣ୍ଟାଇନ୍‌ ଡେ’ ସେଲିବ୍ରେଟ୍‌ କରିନଥିଲି: ଅନୁଭବ

ଭାଲେଣ୍ଟାଇନ୍‌ ଡେ’ ସମ୍ପର୍କରେ ଓଲିଉଡ୍‌ ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତି କୁହନ୍ତି, ଯେତେବେଳେ ନୂଆ ନୂଆ କଲେଜ ଯାଉଥିଲୁ, ସେତେବେଳେ ଭାଲେଣ୍ଟାଇନ୍‌ ଡେ’ ଶୁଣିଲେ ବହୁତ ଆଗ୍ରହ ମନ ଭିତରେ ଆସେ। ମୁଁ ବହୁତ ଲାଜକୁଳା ହେଇଥିବାରୁ ବାହାଘର ପୂର୍ବରୁ କେବେ ଭାଲେଣ୍ଟାଇନ୍‌ ଡେ’ ସେଲିବ୍ରେଟ୍‌ କରିପାରିନଥିଲି। କିନ୍ତୁ ପ୍ରେମିକ-ପ୍ରେମିକାଙ୍କ ପାଇଁ ଉତ୍ସର୍ଗୀକୃତ ଥିବା ଏହି ଦିନଟିକୁ କେବେ ଅସମ୍ମାନ କରିନାହିଁ। ଏହା ସହିତ ମୁଁ ଭଲ ପାଇବାକୁ କେବେ ଛୋଟ କରି ନାହିଁ। ଭାଲେଣ୍ଟାଇନ୍‌ ଡେ’ରେ ମୋ ମା’, ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ଶୁଭେଚ୍ଛା ପଠାଇଥାଏ। ସ୍କୁଲରେ ପଢ଼ିଲା ବେଳେ ଜଣଙ୍କୁ ମନେ ମନେ ପସନ୍ଦ କରୁଥିଲେ ବି କହିବାର ସୁଯୋଗ ପାଇ ନ ଥିଲି। ଭାଲେଣ୍ଟାଇନ୍‌ ଡେ’ରେ ଜଣେ ସମସ୍ତଙ୍କୁ ଭଲ ପାଇପାରିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.