ତେଣ୍ଟାମାଡ଼ରେ ଆହତ ୨ ମାଙ୍କଡ଼ ଉଦ୍ଧାର

ବାଲିଅନ୍ତା: ବାଳକାଟି ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି ମାଙ୍କଡ଼ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ଗୋଟିଏ ମାଙ୍କଡ଼ ଏବେ ଓୟୁଏଟିରେ ଚିକିତ୍ସାଧୀନ ଥିବା ବେଳେ ଅନ୍ୟ କାମୁଡ଼ା ମାଙ୍କଡ଼କୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା କହିଛି । ଆହତ ମାଙ୍କଡ଼ର ଆଗ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। କ୍ଷତସ୍ଥାନ ଘା ଶୁଖି ନଥିବାରୁ ବନ କର୍ମଚାରୀମାନଙ୍କ ହେପାଜତ୍‌ରେ ଚିକିତ୍ସିତ ହେଉଛି । ବନ ବିଭାଗର ଜଣେ କର୍ମଚାରୀଙ୍କ ସୂଚନାନୁଯାୟୀ ଉତ୍ତ୍ୟକ୍ତ ଲୋକଙ୍କ ତେଣ୍ଟା ଆକ୍ରମଣରେ ଆଖପାଖ ଅଞ୍ଚଳରେ ଉତ୍ପାତ ଚଳାଇଥିବା ମାଙ୍କଡ଼ଟି ପିପିଲି ଥାନା ନିକଟରେ ଗୁରୁତର ଭାବେ ଘାଇଲା ହୋଇ ନିସ୍ତେଜ୍‌ ଅବସ୍ଥାରେ ପଡ଼ିଥିଲା । ଏ ସଂପର୍କରେ ଖବର ପାଇ ବନ ବିଭାଗ ସେଠାରେ ତୁରନ୍ତ ପହଞ୍ଚି ତାକୁ ଉଦ୍ଧାର କରିଥିଲେ । ସେହିପରି ବାଲିଅନ୍ତା ଥାନା ଅଧୀନ ଭିଙ୍ଗାରପୁର ଅଞ୍ଚଳରେ ଆତଙ୍କ ଦୀର୍ଘଦିନ ଧରି ଆତଙ୍କ ଚଳାଇଥିବା ଦ୍ୱିତୀୟ ମାଙ୍କଡ଼ଟି ବିଭାଗ ଆଜି ପୂର୍ବାହ୍ନରେ କୁଶଭଦ୍ରା ବ୍ରିଜ ନିକଟରୁ ଉଦ୍ଧାର କରିଥିଲା ।

ସମ୍ବନ୍ଧିତ ଖବର