ଆଜିଠୁ ‘ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ’ର ବାର୍ଷିକ ସାଧାରଣ ସଭା: ଯୋଗଦେବେ ୨୦୦ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ୱର: ‘ଦ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ’ର ୯୩ତମ ବାର୍ଷିକ ସାଧାରଣ ସଭା ଫେବ୍ରୁଆରି ୧୬ ରୁ ୧୮ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ(ଡିମ୍‌ଡ ଟୁ ବି ୟୁନିଭସିଟିଜ୍‌)ଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ‘ଅଟୋନୋମି ଫର୍ ଏକ୍ସଲେନ୍ସ ଇନ୍ ହାୟର୍ ଏଜୁକେସନ୍’ ଶୀର୍ଷକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ଓଡ଼ିଶା ସ୍କିଲ୍ ଡେଭଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିସ୍‌ର ସଭାପତି ପ୍ରଫେସର ସନ୍ଦୀପ ସଂଚେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ୟୁଜିସି ସଚିବ ପ୍ରଫେସର ରଜନୀଶ ଜୈନ୍, ଡେପୁଟି ହେଡ୍ ଅଫ୍ ଡେଲିଗେସନ୍ ଅଫ ଦ ୟୁରୋପିଆନ୍ ୟୁନିୟନ୍ ଟୁ ଇଣ୍ଡିଆର ରାଇମୁଣ୍ଡ ମାଗିସ୍, ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏଲ୍ ଏନ୍ ଗୁପ୍ତା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ଏଥିସହ ‘ଅଟୋନୋମି ଫର ଏକ୍ସଲେନ୍ସ ଇନ୍ ହାୟର୍ ଏଜୁକେସନ୍’ ଶୀର୍ଷକ ପୁସ୍ତକ ମଧ୍ୟ ଉନ୍ମୋଚିତ ହେବ। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାୟ ୨୦୦ କୁଳପତି ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଏମ୍‌ଏଚ୍‌ଆରଡି, ୟୁଜିସି, ଏଆଇସିଟିଇ, କାଉନ୍ସିଲ୍ ଅଫ୍ ଆର୍କିଟେକଚର୍ ଓ ବିଭିନ୍ନ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ କର୍ମକର୍ତା ଏହି ସମ୍ମିଳନୀରେ ଯୋଗ ଦେବେ। ବିଦେଶରୁ ମଧ୍ୟ କେତେକ ପ୍ରତିନିଧି ଏହି କାର୍ଯ୍ୟକ୍ରମ ରହିଛି ବୋଲି ‌ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିସ୍‌ର ସଭାପତି ପ୍ରଫେସର ସଂଚେତି କହିଛନ୍ତି।

ସମ୍ବନ୍ଧିତ ଖବର