ଧ୍ୟାନ ପ୍ରକୃତ ସୁଖର ଉପଲବ୍ଧି ଦିଏ

‘‘ଦି ହାର୍ଟଫୁଲ୍‌ନେସ୍‌ େଓ୍ଵ’ ଲୋକାର୍ପିତ

ଭୁବନେଶ୍ୱର: ଧ୍ୟାନର ଉପାଦେୟତା ସମ୍ପର୍କିତ ପୁସ୍ତକ ‘ଦି ହାର୍ଟଫୁଲ୍‌ନେସ୍‌ େଓ୍ଵ’ ଆଜି ସ୍ଥାନୀୟ ନାଲ୍‌କୋ ଭବନ ପ୍ରେକ୍ଷାଳୟରେ ଲୋକାର୍ପିତ ହୋଇଯାଇଛି। କମଳେଶ ଡି ପଟେଲ୍‌ ଏବଂ ଯୋଶୁଆ ପୋଲକ୍‌ଙ୍କ ରଚିତ ଏହି ପୁସ୍ତକକୁ ‘ନାଲ୍‌କୋ’ର ମୁଖ୍ୟ ପରିଚାଳନା ନିର୍ଦେଶକ ଡ. ତପନ କୁମାର ଚାନ୍ଦ ଉନ୍ମୋଚନ କରିଥିଲେ। ପୁସ୍ତକର ରଚୟିତା ଯୋଶୁଆ ପୋଲକ୍‌ ଏହି ଅବସରରେ ନିଜର ବକ୍ତବ୍ୟ ରଖି କହିଲେ, ଧ୍ୟାନ ଅନ୍ତରର ବାସ୍ତବତାକୁ ଖୋଜି ବାହାର କରିବା ସହ ପ୍ରକୃତ ସୁଖର ଉପଲବ୍ଧି କରାଏ। ୯୫ ପ୍ରତିଶତ ମନୋବୃତ୍ତି ତଥା ବ୍ୟାବହାରିକ ଗୁଣ ଏବଂ ୫ ପ୍ରତିଶତ କୌଶଳର ମିଶ୍ରଣ ହେଉଛି ଧ୍ୟାନ। ଏହା କେବଳ ଯୋଗୀ ଓ ଧନୀକ ଶ୍ରେଣୀ ମଧ୍ୟରେ ସୀମିତ ନୁହେଁ, ସାଂସାରିକ ସମସ୍ୟା, ଭୟ, ଚାପ, ବିପତ୍ତି ମଧ୍ୟ ଦେଇ ଗତି କରୁଥିବା ପ୍ରତ୍ୟେକ ମଣିଷ ଧ୍ୟାନର ଲାଭ ଉଠାଇପାରିବେ। ସାଧାରଣ ଲୋକ ଏହା ଡ. ଚାନ୍ଦ ବକ୍ତବ୍ୟରେ କହିଲେ, ସଂପ୍ରତି ମଣିଷ ତା’ ବୁଦ୍ଧିମତାର ମାତ୍ର ୫ରୁ ୧୦ପ୍ରତିଶତ ବ୍ୟବହାର କରେ। ତେଣୁ ନିଜର ବିଶ୍ଳେଷଣ କରିବାର ମାନସିକତା ଓ ସକ୍ରିୟ ରହିବା ପାଇଁ ଧ୍ୟାନର ନିତାନ୍ତ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ନାଲ୍‌କୋର ମାନବ ସମ୍ବଳ ନିର୍ଦେଶକ ବିକେ ଠାକୁର୍‌ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଆଶୁତୋଷ ରଥ ପୁସ୍ତକ ସମ୍ବନ୍ଧରେ ସୂଚନା ଦେଇଥିଲେ। ଶେଷରେ ଲଲାଟେନ୍ଦୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର