ପୁରୁଣା ଭୁବନେଶ୍ୱର: କେଦାରଗୌରୀ ମନ୍ଦିର ପରିସରରୁ ଚୋରି

ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ଠାରେ ଥିବା କେଦାରଗୌର ମନ୍ଦିର ପରିସରରେ ଥିବା ଷ୍ଟୋର ରୁମ୍‌ର ତାଲା ଭାଙ୍ଗି ଗତକାଲି ରାତିରେ ନଗଦ ୭୫ ହଜାର ଟଙ୍କା , ଏଲଇଡି ଟିଭି ପ୍ରଭୃତି ଚୋରି ହୋଇ ଯାଇଛି। ଏ ନେଇ ମନ୍ଦିର କର୍ତ୍ତୃପକ୍ଷ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରର ପ୍ରାୟ ୭୫ ହଜା ଟଙ୍କା ଷ୍ଟୋର ରୁମ୍‌ ଭିତରେ ଥିବା ଏକ ଆଲମିରା ଭିତରେ ଥିଲା। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏହି ଷ୍ଟୋର ରୁମ୍‌ର ତାଲା ଭାଙ୍ଗି ଭିତରେ ପଶିବା ସହିତ ଆଲମିରା ତାଡ଼ି ସେଥିରେ ଥିବା ସମସ୍ତ ଟଙ୍କା, ଷ୍ଟୋର ରୁମ୍‌ ଭିତରେ ଥିବା ଏକ ଏଲଇଡି ଟିଭିକୁ ଚୋରି କରି ନେଇ ପଳାଇଛନ୍ତି। ଏହାକୁ ନେଇ ଭକ୍ତ ଓ ବୁଦ୍ଧିିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର