ଭୁବନେଶ୍ୱର: ବାଣ ଫୁଟାଇ ୩ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀପାବଳି ଅବସରରେ ବାଣ ଫୁଟାଇ ୩ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚାନଯୋଗ୍ୟ, ଦୀପାବଳିରେ ସମ୍ଭାବିତ ଦୁର୍ଘଟଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏକ ସ୍ୱତନ୍ତ୍ର ରୁମରେ ୧୨ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିଭଳି ଅଘଟଣକୁ ଏଡେଇବା ପାଇଁ ଅଗ୍ନିଶମ ବିଭାଗର ୮ଟି ଟିମ୍‌ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର